ମୂଳ ଭାରତୀୟ ରମେଶ ବଲଓ୍ବାନୀଙ୍କୁ ୧୩ ବର୍ଷ ଜେଲଦଣ୍ଡ…

ଓ୍ବାଶିଂଟନ,୮।୧୨ : ଆମେରିକାରେ ବାସ କରୁଥିବା ମୂଳ ଭାରତୀୟ ରମେଶ ବଲୱାନୀଙ୍କୁ ୧୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ସେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଆମେରିକୀୟ ତାରକା ଏଲିଜାବେଥ ହୋମସଙ୍କ ଦ୍ୱାରା ପ୍ରତିଷ୍ଠିତ ରକ୍ତ ପରୀକ୍ଷା ଷ୍ଟାର୍ଟଅପ କମ୍ପାନୀ ଥେରାନୋସ ମାଧ୍ୟମରେ ନିବେଶକ ଏବଂ ପୀଡିତାଙ୍କୁ ଠକିବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ବଲୱାନୀ ହେଉଛନ୍ତି ଥେରାନୋସର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଓଓ)। ଗତ ମାସରେ ହୋମସଙ୍କୁ ଏହି ମାମଲାରେ ଦଣ୍ଡିତ କରାଯାଇଥିଲା।

ଫେଡେରାଲ କୋର୍ଟ ପକ୍ଷରୁ ୫୭ ବର୍ଷ ବୟସ୍କ ବଲଓ୍ବାନୀଙ୍କୁ ୧୨ ବର୍ଷ ୧୧ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆମେରିକାର ଆଟର୍ନି ଷ୍ଟିଫେନ ହିଣ୍ଡସ କହିଛନ୍ତି ଯେ ବଲୱାନୀ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛନ୍ତି ଏବଂ ଥେରାନୋସର ବିଭ୍ରାନ୍ତିକର ରକ୍ତ ପରୀକ୍ଷା ରିପୋର୍ଟ ମାଧ୍ୟମରେ ନିବେଶକଙ୍କର ଲକ୍ଷ ଲକ୍ଷ ଟଙ୍କା ଠକିଛନ୍ତି।

Share