Categories: ଜାତୀୟ

ପଞ୍ଚତାରକା ହୋଟେଲରେ ଏନ୍‌ଆର୍‌ଆଇ ମହିଳାଙ୍କୁ ବଳାତ୍କାରକଲେ ସିଇଓ

ନୂଆଦିଲ୍ଲୀ,୧୫।୧: ନୂଆଦିଲ୍ଲୀସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଜଣେ ଏନ୍‌ଆର୍‌ଆଇ ମହିଳାଙ୍କୁ ତାଙ୍କର ଜଣେ ସହକର୍ମୀ ତଥା ସିଇଓ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଜଣକ ନୂଆଦିଲ୍ଲୀର ଏକ ଘରୋଇ ସଂସ୍ଥାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ କାମ କରନ୍ତି। ହେଲେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ।

୪୦ ବର୍ଷୀୟା ଏନ୍‌ଆର୍‌ଆଇ ମହିଳା ଜଣକ ଥାନାକୁ ଆସି ଅଭିଯୁକ୍ତ ଜଣକ ଗତ ସେପ୍ଟେମ୍ବର ୧୪ରେ ଏକ ପଞ୍ଚତାରକା ହୋଟେଲରେ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ବଳାତ୍କାର ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ମହିଳା ଜଣକ ସଂସ୍ଥାରେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ଅଭିଯୁକ୍ତ ସିଇଓ ଥିଲେ। ଉଭୟ ଅଭିଯୋଗକାରୀ ଏବଂ ଅଭିଯୁକ୍ତ ପରସ୍ପର ଜଣାଶୁଣା । ପୁରୁଷ ଜଣକ ମହିଳାଙ୍କ ମାମୁଙ୍କ ବନ୍ଧୁ ଏବଂ ତାଙ୍କୁ ଚାକିରି କରାଇବାରେ ସାହାଯ୍ୟ କରିଥିଲେ ବୋଲି ଅତିରିକ୍ତ ଡିସିପି(ନୂଆଦିଲ୍ଲୀ) ରବିକାନ୍ତ କୁମାର କହିଛନ୍ତି।

Share