Categories: ଜାତୀୟ

ଭୋଜିରେ ଛେପ ଲଗାଇ ରୁଟି ଦେଉଥିଲେ, ଗିରଫ ଯୁବକଙ୍କ ନାମରେ ଲାଗିଲା ଏନ୍‌ଏସ୍‌ଏ

ମିରଟ,୧୯ା୩: ଗତ ଫେବୃୟାରୀରେ ଉତ୍ତରପ୍ରଦେଶ ମିରଟରେ ଏକ ବିବାହ ଉତ୍ସବରେ ରୁଟିରେ ଛେପ ପକାଇ ଲୋକଙ୍କୁ ଖାଇବାକୁ ଦେଉଥିବା ଏକ ଭିଡିଓ ସାମ୍ନାକୁ ଆସିଥିଲା। ଅଭିଯୋଗ ପରେ ସ୍ଥାନୀୟ ପୋଲିସ ଘଟଣାରେ ସମ୍ପୃକ୍ତ ସୋହେଲ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠାରୁ ସେ ଜେଲ ହାଜତରେ ଅଛନ୍ତି। ଜିଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପ୍ରଶାସନ ସୋହେଲଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ(ଏନ୍‌ଏସ୍‌ଏ) ଜରିଆରେ ଏକ ମାମଲା ରୁଜୁ କରିଛି। ଗିରଫ ପରେ ସୋହେଲଙ୍କୁ କୋର୍ଟରେ ହାଜର କରାଯିବା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଲୋକ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।

Share