Categories: ଜାତୀୟ

ଆଫଗାନିସ୍ତାନକୁ ନେଇ ୧୦ ନଭେମ୍ବରରେ ଅଜିତ ଡୋଭାଲଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୮ ।୧୧: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ନେତୃତ୍ୱରେ ରାଜଧାନୀ ଦିଲ୍ଲୀରେ ଆଫଗାନିସ୍ତାନକୁ ନେଇ ବିଶ୍ୱର ଅଧିକାଂଶ ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ସହ ବୁଧବାର ଅର୍ଥାତ୍ ୧୦ ନଭେମ୍ବରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ସବୁଠାରୁ ବଡ କଥା ହେଲା ଏହି କନଫରେନ୍ସରେ ରୁଷିଆ ଓ ଇରାନ ସମେତ ସମସ୍ତ ଅନ୍ୟ ଏସିଆ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ସାମିଲ ହେବେ । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ବୈଠକରେ ସାମିଲ ହେବା ପରେ ସମସ୍ତ ଦେଶର ପ୍ରତିନିଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଆଫଗାନିସ୍ତାନକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବ୍ୟତୀତ ଅଜିତ ଡୋଭାଲ ଭିନ୍ନ ଭିନ୍ନ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ହେବ । ୧୦ ନଭେମ୍ବରରେ ହେବାକୁ ଥିବା ଏହି ବୈଠକ ପୂରାଦିନ ଚାଲିବ ।

Share