ଆମେରିକା ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ, ଭାରତ-ଆମେରିକା ବିକାଶକୁ ନେଇ ଶୀର୍ଷ ନେତୃତ୍ୱ ସହ କଥାକାର୍ତ୍ତା

ୱାଶିଂଟନ,୩୧ ।୧: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ‘ଇନିସିଏଟିଭ ଫର କ୍ରିଟିକାଲ ଆଣ୍ଡ ଏମରଜେନ୍ସି ଟେକ୍ନୋଲୋଜି’(ଆଇସିଇଟି) ଉପରେ ପୂର୍ବରୁ ଉଚ୍ଚ ସ୍ତରୀୟ ବୈଠକରେ ଆମେରିକାର ଏନଏସଏ ଜେକ ସୁଲିୱନ ସମେତ ଶୀର୍ଷ ଆମେରିକା ନେତୃତ୍ୱଙ୍କସହ ଗରୁତ୍ୱପୂର୍ଣ୍ଣ ବାର୍ତ୍ତା କରିଛନ୍ତି । ଅଧିକାରୀ, ଶିକ୍ଷାବିତ ଓ ଉଦ୍ଦ୍ୟୋଗ ବିଶେଷଜ୍ଞଙ୍କ ମତରେ ଭାରତ-ଆମେରିକା ପରମାଣୁ ଚୁକ୍ତି ପରେ ଏହି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦୁଇ ଦେଶର ସମ୍ପର୍କ ମଧ୍ୟରେ ଏକ ବଡ ମାଇଲ ଷ୍ଟୋନ ହେବ ।

ହ୍ୱାଇଟ ହାଉସରେ ଦୁଇ ପକ୍ଷର ବୈଠକ ପରେ ଏହାର ବିସ୍ତୃତ ସୂଚନା ଦିଆଯିବ । ଏହି ବୈଠକ ଉଭୟ ଦେଶର କର୍ପୋରେଟ କ୍ଷେତ୍ର ମଧ୍ୟରେ ଏକ ବିଶ୍ୱନୀୟ ସହଭାଗୀ ପରିସ୍ଥିତିରେ ବିକାଶର ଆଧାରଶୀଳା ହେବ, ଫଳରେ ଷ୍ଟାର୍ଟ ଅପ୍ ସଂସ୍କୃତିରେ ବଢୁଥିବା ସାର୍ବଜନିକ ବେସରକାରୀ ଭାଗିଦାରୀକୁ ଗୁରୁତ୍ୱ ଦେଇ ଉଭୟ ଦେଶ ବୈଜ୍ଞାନିକ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନର ସଫଳତାର ସହ ମୁକାବିଲା କରିପାରିବେ । ଡୋଭାଲଙ୍କ ସହ ଏକ ବଡ ପ୍ରତିନିଧି ଦଳ ମଧ୍ୟ ମଧ୍ୟ ଆମେରିକା ପହଞ୍ଚିଛନ୍ତି ।

Share