Advertisement

ଖାଲିସ୍ତାନ ସମର୍ଥକଙ୍କ ଧମକ ମଧ୍ୟରେ ଆଜି ବ୍ରିଟେନର ଏନଏସଏଙ୍କୁ ଭେଟିବେ ଅଜିତ ଡୋଭାଲ

ନୂଆଦିଲ୍ଲୀ,୭।୭: ଲଣ୍ଡନରେ ଭାରତୀୟ କୂଟନୀତିଜ୍ଞମାନଙ୍କୁ ଖାଲିସ୍ତାନ ସମର୍ଥକମାନେ ଧମକ ଦେବା ମଧ୍ୟରେ ବ୍ରିଟେନର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଟିମ ବାରୋ ଭାରତ ଆସୁଛନ୍ତ। ଟିମ ବାରୋ ତାଙ୍କ ପ୍ରତିପକ୍ଷ ଯଥା ଭାରତୀୟ ଏନଏସଏ ଅଜିତ ଡୋଭାଲଙ୍କୁ ଶୁକ୍ରବାର ଭେଟିବେ। ଏହି ବୈଠକରେ ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି କୁହାଯାଉଛି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଖଲିସ୍ତାନ ସମର୍ଥକ ମୌଳିକବାଦୀଙ୍କ ବିଷୟରେ ମଧ୍ୟ ଆଲୋଚନା ହୋଇପାରେ, ଯାହାଙ୍କ ନାମରେ ୮ ଜୁଲାଇରେ ଭାରତୀୟ ଦୂତାବାସ ବାହାରେ ଏକ ବଡ଼ ପ୍ରଦର୍ଶନ ଡାକରା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share