Categories: ବାଣିଜ୍ୟ

ବ୍ଲିଙ୍କିଟ୍‌ ସହ ଏନ୍‌ଏସ୍‌ଡିସିର ବୁଝାମଣା

ଭୁବନେଶ୍ୱର,୩।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ବ୍ଲିଙ୍କିଟ୍‌ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଯାଇଛି। ବିଶେଷକରି ରୋଜଗାର ସୃଷ୍ଟି ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଉକ୍ତ ବୁଝାମଣା ହୋଇଛି। ସେହିଭଳି ଆପନା ଏବଂ କ୍ୱେସ୍‌ କର୍ପୋ ସହିତ ଏନ୍‌ଏସ୍‌ଡିସିର ଚୁକ୍ତି ସ୍ବାକ୍ଷର କରାଯାଇଛି। ଉଲ୍ଲେଖଯୋଗ୍ୟ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‌ଏସ୍‌ଡିଇ)ର ତତ୍ତ୍ୱାବଧାନରେ କାର୍ଯ୍ୟ କରୁଥିବା ଏନ୍‌ଏସ୍‌ଡିସି ନିକଟରେ ବ୍ଲିଙ୍କିଟ୍‌, ଆପନା ଏବଂ କ୍ୱେସ୍‌ କର୍ପୋ ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛି । ଫଳରେ ଚାକିରି ସୃଷ୍ଟିକୁ ତ୍ୱରାନ୍ବିତ କରିବା ସହ ଭାରତୀୟ ଶ୍ରମିକଙ୍କୁ ସଶକ୍ତ କରାଯାଇପାରିବ। ଏପରିକି ପ୍ରତ୍ୟେକ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ବିଭିନ୍ନ ଶିଳ୍ପ ପାଇଁ ସହଜରେ ଉପଲବ୍ଧ କର୍ମଜୀବୀ ସୃଷ୍ଟି କରିବାକୁ ଉକ୍ତ ସହଭାଗିତା ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ଏନ୍‌ଏସ୍‌ଡିସିର ସିଇଓ ଏବଂ ଏନ୍‌ଏସ୍‌ଡିସି ଅନ୍ତର୍ଜାତୀୟ ଏମ୍‌ଡି ବେଦ ମଣି ତିୱାରୀ କହିଛନ୍ତି, ବେସରକାରୀ ବ୍ୟବସାୟ ସହିତ ସହଯୋଗ କରି ଏନ୍‌ଏସ୍‌ଡିସି ତାଲିମ ପ୍ରୋଗ୍ରାମଗୁଡିକ ଡିଜାଇନ ଏବଂ ପ୍ରୟୋଗ କରିଥାଏ, ଯାହା ବିକାଶଶୀଳ ଚାକିରି ବଜାର ଦ୍ୱାରା ଆବଶ୍ୟକ କୌଶଳ ସହିତ ବ୍ୟକ୍ତି ବିଶେଷଙ୍କୁ ସଜ୍ଜିତ କରିଥାଏ। ଏପରିକି ଦକ୍ଷତା ବିକାଶକୁ କାର୍ଯ୍ୟକାରୀ କରିବା ପାଇଁ ସଂଗଠନର ପ୍ରତିବଦ୍ଧତା ଏକ କ୍ୟାଶ କେଡିଂ ପ୍ରଭାବ ପକାଇଥାଏ। ବିଶେଷକରି ଅର୍ଥନୈତିକ ଅଭିବୃଦ୍ଧିକୁ ସକାରାତ୍ମକ ଭାବେ ପ୍ରଭାବିତ କରିଥାଏ ଏବଂ ଭାରତର ବିଭିନ୍ନ କ୍ଷେତ୍ରରେ ଲକ୍ଷ ଲକ୍ଷ ଲୋକଙ୍କ ନିଯୁକ୍ତିକୁ ବହୁମାତ୍ରାରେ ବଢ଼ାଇଥାଏ। ଅପରପକ୍ଷରେ ଯେହେତୁ ଭାରତ ସର୍ବଦା ବଦଳୁଥିବା ବିଶ୍ୱର ଗତିଶୀଳତା ସହିତ ମୁକାବିଲା କରୁଛି ଏବଂ ଏହାର ଜନସଂଖ୍ୟା ଗତି ସୁଯୋଗକୁ ବ୍ୟବହାର କରିବାକୁ ଚେଷ୍ଟା କରୁଛି। ତେଣୁ ଏନ୍‌ଏସ୍‌ଡିସି ଦକ୍ଷତା ବିକାଶ ପଦକ୍ଷେପ ଉପରେ ଧ୍ୟାନଦେଇ ସମଗ୍ର ଭାରତରେ ନିଯୁକ୍ତି ସୁଯୋଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

Share