Categories: ବାଣିଜ୍ୟ

ସର୍ବୋଚ୍ଚ ସ୍ତରରେ ଏନ୍‌ଏସ୍‌ଇ ନିଫ୍ଟି

ନୂଆଦିଲ୍ଲୀ,୨୦।୨: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ସାଙ୍ଗକୁ ଆଶା ଆଶଙ୍କାରେ କାରବାର ଶେଷ ହେଉଥିଲା। ଏଭଳିସ୍ଥିତିରେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏସ୍‌ଏସ୍‌ଇ) ନିଫ୍ଟି-୫୦ରେ ନୂଆ ରେକର୍ଡ ସହ କାରବାର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି। ଏପରିକି ସୋମବାରର ନିଫ୍ଟି ଉଚ୍ଚ ଫଳାଫଳ ସହ ବଜାର ପ୍ରାରମ୍ଭରେ ପ୍ରାୟ ୨୨,୧୮୭ ଅଙ୍କରେ ପହଞ୍ଚିଥିଲାବେଳେ ଦିନର କାରବାର ଶେଷ ସୁଦ୍ଧା ନିଫି୍ଟ-୫୦ ମୋଟ ୮୧.୫୫ ପଏଣ୍ଟ ବୃଦ୍ଧି ସହ ୨୨,୧୨୨.୨୫ ଅଙ୍କରେ କାରବାର ବନ୍ଦ କରିଥିଲା। ଅପରପକ୍ଷରେ ଏନ୍‌ଏସ୍‌ଇର ସେକ୍ଟୋରାଲ କାରବାର ସହ ଏନ୍‌ଏସ୍‌ଇ ମିଡକ୍ୟାପ ୧୭୯.୦୦ ପଏଣ୍ଟ ବୃଦ୍ଧି ସହ ୪୯,୩୧୦.୯୫ ଅଙ୍କରେ ରହିଥିଲା। ସେହିଭଳି ଏନ୍‌ଏସ୍‌ଇ ସ୍ମଲକ୍ୟାପ ଦିନର କାରବାର ଶେଷ ସୁଦ୍ଧା ମୋଟ ୮ ପଏଣ୍ଟ ବୃଦ୍ଧି ଘଟି ୭୫୪୬ ଅଙ୍କରେ ପହଞ୍ଚିଥିଲାବେଳେ ଏନ୍‌ଏସ୍‌ଇ ବ୍ୟାଙ୍କିଙ୍ଗରେ ମଧ୍ୟ ୧୫୦.୬୫ ପଏଣ୍ଟ ବଢି ୪୬,୫୩୫.୫୦ ଅଙ୍କରେ ରହିଥିଲା। ଉଲ୍ଲେଖଯୋଗ୍ୟ, ଏନ୍‌ଏସ୍‌ଇ ନିଫ୍ଟିର ସେକ୍ଟୋରିଆଲ କାରବାରରେ ଅଟୋମୋବାଇଲ, ବ୍ୟାଙ୍କିଙ୍ଗ, ଘରୋଇ ଟେଲିକମ ୟୁନିଟ, ବୀମା ଶିଳ୍ପ ଭଳି ପ୍ରମୁଖ ନିବେଶକମାନେ ପ୍ରାୟ ୩ରୁ ୪% ନିବେଶ ବୃଦ୍ଧି କରିଛନ୍ତି।

Share