ପଦ ଛାଡ଼ିଲେ ଏନ୍‌ଏସ୍‌ଓ ସିଇଓ

ଜେରୁଜେଲମ, ୨୨ା୮: ଇସ୍ରାଏଲର ପେଗାସସ୍‌ ସ୍ପାଏଓ୍ବେର ପ୍ରସ୍ତୁତକାରୀ କମ୍ପାନୀ ଏନ୍‌ଏସ୍‌ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶାଲେଭ ହୁଲିଓ ପଦ ଛାଡ଼ିଛନ୍ତି। ଏନ୍‌ଏସ୍‌ଓରେ ହୋଇଥିବା ଅଦଳବଦଳ ଅନୁଯାୟୀ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। କମ୍ପାନୀର ଅନ୍ୟତମ ପ୍ରତିଷ୍ଠାତା ହୁଲିଓଙ୍କ ସ୍ଥାନରେ ଚିଫ୍‌ ଅପରେଟିଂ ଅଫିସର ୟାରୋନ୍‌ ଶୋହାଟ୍‌ଙ୍କୁ ଅନ୍ତରୀଣ ସିଇଓ ନିଯୁକ୍ତ କରାଯାଇଛି। ନୂଆ ସିଇଓ ନିଯୁକ୍ତି ପର୍ଯ୍ୟନ୍ତ ସେ ଦାୟିତ୍ୱ ତୁଲାଇବେ। ଗତବର୍ଷ ଗୁପ୍ତଚରଗିରି ପାଇଁ ଉଦ୍ଦିଷ୍ଟ ଫୋନ୍‌ ସର୍ଭେଲାନ୍ସ ସଫ୍ଟଓ୍ବେର ପେଗାସସ୍‌ ବ୍ୟବହାର କରି ଭାରତ ସମେତ ଅନେକ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ଗୋପନୀୟ ତଥ୍ୟ ହାସଲ ଖବର ପ୍ରଘଟ ହେବା ପରେ ବିବାଦ ମୁଣ୍ଡ ଟେକିଥିଲା। ତେବେ ଏନ୍‌ଏସ୍‌ଓ କୌଣସି ଭୁଲ କାମ କରିନାହିଁ ବୋଲି ସଫେଇ ଦେଇଥିଲା।

Share