Posted inଜାତୀୟ

୨୦୨୫ରେ ପୁନର୍ଗଠନ ହେବ ଏନ୍‌ଟିଏ

ନୂଆଦିଲ୍ଲୀ,୧୮ା୧୨(ପି.ଟି.): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୨୦୨୫ରୁ ସବୁ ନିଯୁକ୍ତି ପରୀକ୍ଷା ପରିଚାଳନା କରିବ ନାହିଁ। ଏହା କେବଳ ଉଚ୍ଚତର ଶିକ୍ଷା ପ୍ରବେଶିକା ପରୀକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଘୋଷଣା କରିଛନ୍ତି। ଆସନ୍ତାବର୍ଷ ଏନ୍‌ଟିଏ ପୁନର୍ଗଠିତ ହେବା ସହ ନୂଆ ପଦବୀ ସୃଷ୍ଟି ହେବ। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଗତବର୍ଷ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି)ରେ ପ୍ରଶ୍ନପତ୍ର ଲିକ୍‌ ହେବା ଓ ଅନ୍ୟାନ୍ୟ ତ୍ରୁଟି କାରଣରୁ ପରୀକ୍ଷାକୁ ବାରମ୍ବାର ବାତିଲ କରିବାକୁ ପଡ଼ିଥିଲା। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଇସ୍ରୋର ପୂର୍ବତନ ମୁଖ୍ୟ ଆର୍‌. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିସକ୍ରମେ ସରକାର ଏନ୍‌ଟିଏ ପୁନର୍ଗଠନ କରିବାକୁ ଯାଉଛନ୍ତି। ଏନ୍‌ଇଇଟି ପୂର୍ବଭଳି କାଗଜ କଲମରେ ହେବ ନା କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (ସିବିଟି)କୁ ପରିବର୍ତ୍ତନ କରାଯିବ, ସେନେଇ ଶିକ୍ଷା ମନ୍ତ୍ରଣାଳୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ପରାମର୍ଶ କରୁଛି। କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି) ପୂର୍ବଭଳି ବର୍ଷକୁ ଥରେ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ପ୍ରାପ୍ତ ଡିଏସପିଙ୍କ ଘରେ ଲାଗିଲା ନିଆଁ, ୬ ମୃତ

କଠୁଆ,୧୮।୧୨: ଜମ୍ମୁ କଠୁଆ ଜିଲାର ଶିବନଗରରେ ଏକ ଘରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସମୟରେ ୪ଜଣଙ୍କୁ...

ମଣିପୁରରୁ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ

ଇମ୍ଫାଲ,୧୮।୧୨: ମଣିପୁରର କେରୋ ଖୁନାଓରେ ଉଗ୍ରବାଦୀ ଗୋଷ୍ଠୀ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ବ୍ୟବହୃତ ହୋଇଥିବା ଅଭିଯୋଗରେ ଭାରତୀୟ ସୁରକ୍ଷା ବାହିନୀ ଷ୍ଟାରଲିଙ୍କ ଉପଗ୍ରହ...

ଜେ.ପି. ନଡ୍ଡାଙ୍କ ସ୍ଥାନ ନେବେ କିଏ? ଫେବୃୟାରୀରେ ହୋଇଯିବ ସ୍ପଷ୍ଟ

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଭାଜପାର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଫେବୃଆରୀ ଶେଷ ସୁଦ୍ଧା ନିର୍ବାଚିତ ହୋଇପାରନ୍ତି ବୋଲି ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି। ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ...

ଫଡ୍‌ନବିସଙ୍କୁ ଭେଟିଲେ ଉଦ୍ଧବ: ବଢୁଛି ଚର୍ଚ୍ଚା

ନାଗପୁର, ୧୮।୧୨:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳର ଘୋର ବିପର୍ଯ୍ୟୟ ପରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକ୍‌ରେ ମଙ୍ଗଳବାର ନାଗପୁର ବିଧାନ ଭବନଠାରେ ପ୍ରଥମ ଥର...

ନାବାଳକଙ୍କୁ ୧୭ ଖଣ୍ଡ କରି ପୋତିଦେଲେ

ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶରେ ଜଣେ ୧୫ ବର୍ଷର ବାଳକ କ୍ଷେତରେ କାମ କରୁଥିବାବେଳେ ହାର୍ଭେଷ୍ଟରରେ ଫସିଯାଇ ପ୍ରାଣ ହରାଇଥିଲେ। ତଙ୍କର ଶରୀର ୧୭ ଖଣ୍ଡ ହୋଇଥିବାବେଳେ ଅପରାଧ...

ବାଂଲାଦେଶ ସଂଖ୍ୟାଲଘୁଙ୍କୁ କଂଗ୍ରେସ ଏମ୍‌ପିଙ୍କ ସମର୍ଥନ

ନୂଆଦିଲ୍ଲୀ,୧୮ା୧୨: ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ କଂଗ୍ରେସ ଏମ୍‌ପି ବାଂଲାଦେଶରେ ଅତ୍ୟାଚାରର ସମ୍ମୁଖୀନ ହୋଇଥିବା ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ମାନଙ୍କୁ ନ୍ୟାୟ ଦାବିରେ ମଙ୍ଗଳବାର ପାର୍ଲାମେଣ୍ଟ...

୨୨ ବର୍ଷ ପରେ ଫେରିଲେ ପାକିସ୍ତାନରେ ଫସିଥିବା ଭାରତୀୟ ମହିଳା

ମୁମ୍ବାଇ, ୧୮।୧୨: ମୁମ୍ବାଇର ହମିଦା ବାନୋ ୨୨ ବର୍ଷ ପରେ ଭାରତ ଫେରିଛନ୍ତି। ୨୦୦୨ରେ ଦୁବାଇରେ ଚାକିରି ଦେବାର ଲାଳସା ଦେଖାଇ ଜଣେ ଟ୍ରାଭେଲ ଏଜେଣ୍ଟ...

କାର୍ଯ୍ୟରେ ଅବହେଳା, ୩୦ ମିନିଟ୍‌ ଠିଆ ହୋଇ କାମ କଲେ କର୍ମଚାରୀ

ନଏଡା, ୧୭।୧୨: ଉତ୍ତରପ୍ରଦେଶର ନଏଡା ଅଥରିଟି କାର୍ଯ୍ୟାଳୟ ଅନ୍ତର୍ଗତ ଆବାସିକ ପ୍ଲଟ୍‌ ବିଭାଗରେ ଏକ ବୃଦ୍ଧ ଦମ୍ପତିଙ୍କ କାମ ଠିକ୍‌ ଭାବେ ନ କରିବାରୁ ବିଭାଗର ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri