ସିଙ୍ଗାପୁର,୨୭।୩: ସିଙ୍ଗାପୁରର ବୈଜ୍ଞାନିକମାନେ ପଣସ ପରି ଦେଖାଯାଉଥିବା ଏକ କଣ୍ଟାଳିଆ ଫଳରୁ ଆଣ୍ଟି ବ୍ୟାକ୍ଟେରିଆଲ ଜେଲ୍ର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛନ୍ତି। ଏହି ବ୍ୟାଣ୍ଡେଜ ଲଗାଇଲେ ବ୍ୟାକ୍ଟେରିଆଲ ଇନ୍ଫେକ୍ସନ, କଟା, ପୋଡ଼ା, ଦରଜ ଆଦି ଖୁବ୍ ଶୀଘ୍ର ଭଲ ହୋଇଯିବ। ଏହି ଫଳର ନାଁ ଡ୍ୟୁରିଆନ ହସ୍କ। ଯାହାକୁ ଦକ୍ଷିଣପୂର୍ବର ଏସିଆରେ ‘ଫଳମାନଙ୍କର ରାଜା’ କୁହାଯାଏ। ଏହା ବାହାରୁ ଦୁର୍ଗନ୍ଧ ହେଲେ ମଧ୍ୟ ବହୁ ଉପକାରୀ।
ୟୁନିଭର୍ସିଟିର ଫୁଡ୍ ସାଇନ୍ସ ଏବଂ ଟେକ୍ନୋଲୋଜି ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ପ୍ରଫେସର ବିଲିୟମ ଚେନ୍ କହିଛନ୍ତି, ଏହି ଜେଲ୍ ସ୍ବତନ୍ତ୍ର ଧରଣର। ଏଥିରେ ଅର୍ଗାନିକ୍ ମଲିକ୍ୟୁଲ୍ସ ରହିଛି। ଫଳରେ ଏହା ବ୍ୟାକ୍ଟେରିଆ ପାଇଁ ଘାତକ ହୋଇଥାଏ।
ଖାଲି ଏତିକି ନୁହେଁ, ଘା’ ହୋଇଥିଲେ ଏହି କଣ୍ଟାଫଳର ଜେଲ୍ ଲଗାଇଲେ ତୁରନ୍ତ ଉପଶମ ମିଳିଥାଏ। ତ୍ୱଚା ନରମ ରହେ।