Categories: ବାଣିଜ୍ୟ

ଏନ୍‌ଟିପିସିର ନେଟ୍‌ ପ୍ରଫିଟ ୪,୬୨୬ କୋଟି ଟଙ୍କା

ଦେଶର ପ୍ରମୁଖ ପବ୍ଲିକ ସେକ୍ଟର ବିଦ୍ୟୁତ ଉତ୍ପାଦନ କମ୍ପାନୀ ଏନଟିପିସିର ତୃତୀୟ କ୍ୱାର୍ଟରରେ ନେଟ ପ୍ରଫିଟ ୧୯% ବୃଦ୍ଧି ପାଇ ୪, ୬୨୬.୧୧ କୋଟି ଟଙ୍କାରେ ପହଞ୍ଚିଛ। କମ୍ପାନୀ ପକ୍ଷରୁ ବିଏସଇକୁ ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ ଅକ୍ଟୋବରରୁ ଡିସେମ୍ବର ୨୦୨୦ରେ କମ୍ପାନୀ ନେଟ ପ୍ରଫିଟ ୩,୮୭୬.୩୬କୋଟି ଟଙ୍କା ରହିଛି। ଫଳରେ ଏହି ସମୟ ମଧ୍ୟରେ କମ୍ପାନୀର ମୋଟ ଆୟ ୩୩,୭୮୩.୬୨ କୋଟି ଟଙ୍କା ରହିଥିବା ଜଣାପଡିଛି। ଗତବର୍ଷ ସମାନ ଅବଧି ମଧ୍ୟରେ ଏହା ୨୮,୩୮୭.୨୭ ଟଙ୍କାରେ ଥିଲା। ନିକଟରେ ଅନୁଷ୍ଟିତ କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ କ୍ବାର୍ଟର ଫଳାଫଳକୁ ଘୋଷଣା କରାଯାଇଛି।

Share