ଆଉ ଫିଲ୍ମ କରିବେନି ଏନ୍‌ଟିଆର, କାହିଁକି ଏଭଳି କହିଲେ ଜାଣନ୍ତୁ…

ମୁମ୍ବାଇ: ସାଉଥ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଫିଲ୍ମ ‘ଏନ୍‌ଟିଆର-୩୦’କୁ ନେଇ ଲାଇମଲାଇଟ୍‌ରେ ଅଛନ୍ତି। ଏହି ସମୟରେ ଅଭିନେତା ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ଯାହା ବର୍ତ୍ତମାନ ଲାଇମଲାଇଟ୍‌ରେ ଅଛି। ନିକଟରେ ଅଭିନେତା ଏକ ଇଭେଣ୍ଟରେ ଯୋଗଦେବା ପାଇଁ ହାଇଦ୍ରାବାଦରେ ପହଞ୍ଚିଥିଲେ। ଯେଉଁଠାରେ ସେ ପ୍ରଶଂସକମାନଙ୍କୁ କହିଥିଲେ, ବର୍ତ୍ତମାନ ସେ ଫିଲ୍ମ ସାଇନ କରିବା ବନ୍ଦ କରିଦେବେ।
ହେଲେ ଅଭିନେତା ଏଭଳି କାହିଁକି କହିଲେ ଜାଣନ୍ତୁ….

ହାଇଦ୍ରାବାଦର ଏକ ଇଭେଣ୍ଟରେ ପ୍ରଶଂସକମାନେ ଫିଲ୍ମ ବିଷୟରେ ଏନ୍‌ଟିଆରଙ୍କୁ ବାରମ୍ବାର ପ୍ରଶ୍ନ କରୁଥିଲେ। ଯେଉଁଥିରେ ଅଭିନେତା କହିଛନ୍ତି ମୁଁ କୌଣସି ଫିଲ୍ମ କରୁନାହିଁ ଏବଂ ଯଦି ଆପଣ ବାରମ୍ବାର ପଚାରନ୍ତି, ମୁଁ ଫିଲ୍ମ କରିବା ବନ୍ଦ କରିଦେବି। ସେ ହସି ହସି ଏଭଳି କହୁଥିବା ନଜର ଆସିଛନ୍ତି। ଏହା ସହ ସେ ଆଗକୁ ମଧ୍ୟ ଫିଲ୍ମ କରିବା ଜାରି ରଖିବେ ବୋଲି କହିଥିଲେ। ହେଲେ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ସେ କେଣସି ତଥ୍ୟ ଦେଇନଥିଲେ।

ନିକଟରେ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଗୀତ’ନାଟୁ-ନାଟୁ ଓସ୍କାର ପୁରସ୍କାର ପାଇଛି। ଯେଉଁଥିରେ ଏନ୍‌ଟିଆର ଏବଂ ରାମଚରଣ ଡ୍ୟାନ୍ସ କରିଛନ୍ତି। ଏଥି ସହିତ ଗୀତ ବ୍ୟତୀତ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରିଥିଲା। ଏହି ଚଳଚ୍ଚିତ୍ରରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ଏକ ଛୋଟ ଭୂମିକାରେ ନଜର ଆସିଥିଲେ।

Share