ଭିଜିଲାନ୍ସ ଜାଲରେ ନୂଆଗଡ ଫରେଷ୍ଟର

ପାରଳାଖେମୁଣ୍ଡି,୭।୧୨(ଡି.ଏନ୍‌.ଏ.): ଗଜପତି ଜିଲା ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକକାଳୀନ ତାଙ୍କ ପାରଳାଖେମୁଣ୍ଡି ଗାନ୍ଧୀନଗର, ହରିଶ୍ଚନ୍ଦ୍ରପୁର ପୈତୃକ ବାସଭବନ, ପାତପାଟନାସ୍ଥିତ ବାସଭବନ ସହ ନୂଆଗଡ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ପ୍ରାଥମିକ ତଦନ୍ତରେ ପାରଳାଖେମୁଣ୍ଡି ଗାନ୍ଧୀନଗର ଭଡ଼ା ଘରୁ ତିନୋଟି ପ୍ଲଟର ନଥିପତ୍ର, ନଗଦ ୨୬ ହଜାର ଟଙ୍କା, ସୁନା ୧୪୩ ଗ୍ରାମ୍‌ ମିଳିଥିବା ସୂଚନା ମିଳିଛି। ଏଥି ସହ ସୁଜକି ଏସ୍‌ ପ୍ରେସୋ କାର ଓ କିଛି ବ୍ୟାଙ୍କ ଖାତା ଜବତ ହୋଇଛି ।