ନୟାଗଡ଼ ଅଫିସ,୧ା୧୦: ନୂଆଗଁା- ଭୁବନେଶ୍ୱର ପାସେଞ୍ଜର ଟ୍ରେନ ପୁଣି ଚାଲିବ। ଅକ୍ଟୋବର ୧ରୁ ଏହି ଟ୍ରେନ ଯାତାୟାତ କରିବ। ସେହିପରି ୧ ତାରିଖରୁ ନୟାଗଡ଼-ଭୁବନେଶ୍ୱର ସେବା ଏକ୍ସପ୍ରେସ ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁସାରେ, ନୟାଗଡ଼ରୁ ଭୁବନେଶ୍ୱର ଯାଉଥିବା ଟ୍ରେନ ନଂ.୧୮୪୨୪ ସେବା ଏକ୍ସପ୍ରେସ ସକାଳ ସାଢେ ୬ଟା ପରିବର୍ତ୍ତେ ୬ଟା ୪୫ ମିନିଟ୍ରେ ନୟାଗଡ଼ ଷ୍ଟେଶନରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ସେହିପରି ସା ୬ଟା ୪୦ ମିନିଟ୍ ପରିବର୍ତ୍ତେ ସାଢେ ୬ଟାରେ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ସେବା ଏକ୍ସପ୍ରେସ ବାହାରି ୮ଟା ୪୫ ମିନିଟ୍ରେ ନୟାଗଡ଼ରେ ପହଞ୍ଚତ୍ବ। ନୂଆଗଁାରୁ ପୁରୀ ଯାଉଥିବା ଟ୍ରେନ ନଂ. ୦୮୪୨୪ ସକାଳ ୬ଟା ୪୫ ମିନିଟ୍ରେ ବାହାରି ନୟାଗଡ଼ରେ ୭ଟା ୮ ମିନିଟ୍ରେ ପହଞ୍ଚତ୍ ୭ଟା ୧୦ ମିନିଟ୍ରେ ଛାଡିବ। ଭୁବନେଶ୍ୱରରୁ ନୂଆଗଁା ଆସୁଥିବା ଟ୍ରେନ ନଂ.୦୮୪୨୯ ସକାଳ ୯ଟା ୪୦ ମିନିଟ୍ରେ ଭୁବନେଶ୍ୱରରୁ ବାହାରି ନୟାଗଡ଼ରେ ୧୧ଟା ୪୭ ମିନିଟ୍ରେ ପହଞ୍ଚତ୍ ୧୧ଟା ୪୮ ମିନିଟ୍ରେ ନୂଆଗଁା ଯିବ। ନୂଆଗଁାରୁ ଏହି ଟ୍ରେନ ଅପରାହ୍ନ ୪ଟା ୧୫ ମିନିଟ୍ରେ ବାହାରି ନୟାଗଡ଼ରେ ସାଢେ ୪ ଟାରେ ପହଞ୍ଚତ୍ ୪ଟା ୩୧ ମିନିଟ୍ରେ ଭୁବନେଶ୍ୱର ଯାତ୍ରା କରିବ। ସେହିପରି ପୁରୀରୁ ଟ୍ରେନ ନଂ.୦୮୪୨୩ ସା ୬ଟାରେ ନୂଆଗଁା ଅଭିମୁଖେ ବାହାରି ନୟାଗଡ଼ରେ ରାତ୍ର ୮ଟା ୫୪ ମିନିଟ୍ରେ ପହଞ୍ଚତ୍ ୮ଟା ୫୫ ମିନିଟ୍ରେ ନୂଆଗଁା ଯାତ୍ରା କରିବ ବୋଲି କୁହାଯାଇଛି।