ନୂଆଁଖାଇ ପରଦିନ ଏସବୁ ସ୍ଥାନରେ ଛୁଟି

ସମ୍ବଲପୁର,୧୮।୯: ନୂଆଁଖାଇ ପାଇଁ ମା’ ସମଲେଶ୍ୱରୀଙ୍କ ପୀଠରେ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ ନୂଆଁଖାଇ ପରଦିନ ତଥା ଆସନ୍ତା ୨୧ ତାରିଖକୁ ସମ୍ବଲପୁର ଆରଡିସି ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି । ସ୍ଥାନୀୟ ଜନ ସମୁଦାୟଙ୍କ ଦାବି ଅନୁସାରେ ଆରଡିସି ଏହି ଛୁଟି ଘୋଷଣା କରିଛନ୍ତି । ସମ୍ବଲପୁର, ବରଗଡ଼ ଜିଲା ସମେତ ସୁନ୍ଦରଗଡ ସଦର ସବ୍‌ଡିଭିଜନକୁ ଛୁଟି ଘୋଷଣା କରାଯାଇଛି ।