ବାଲୁକା କଳାରେ ନୂଆଁଖାଇ

କର୍ଲାମୁଣ୍ଡା,୮ା୯(ପ୍ରଦୀପ କୁମାର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଗ୍ରାମର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁ ଆଦିବାସୀ ଜନଜୀବନର ଏକ କଳାକୃତି ନିର୍ମାଣ କରି ନୂଆଁଖାଇର ମାହୋଲକୁ ଆହୁରି ଜମେଇ ଦେଇଛନ୍ତି।