ସୁନ୍ଦରଗଡ଼ବାସୀଙ୍କ ନୂଆଁଖାଇ: ଏକାଠି ବସି ଖାଇଲେ

ସୁନ୍ଦରଗଡ଼,୧୧।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ରେ ନୂଆଁଖାଇ ପର୍ବ ପାଳନ ହୋଇଯାଇଛି। ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ଓ ଗାଙ୍ଗପୁର ରାଜପରିବାରର ଅଧିଷ୍ଠାତ୍ରୀ ଦେବୀ ଶିଖରବାସିନୀ ଠାରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ନବାନ୍ନ ଲାଗିହୋଇଛି। ପରେ ସୁନ୍ଦରଗଡ଼ବାସୀ ଆନନ୍ଦ ଉଲ୍ଲାସରେ ପରିବାର ସହ ମିଶି ଏହି ପର୍ବ ଏକାଠି ପାଳନ କରିଛନ୍ତି । ପ୍ରତ୍ୟେକ ପରିବାରରେ ନିଜ ଇଷ୍ଟ ଦେବାଦେବୀ ଓ ପିତ୍ରୁପୁରୁଷଙ୍କ ପାଖରେ ନବାନ୍ନ ଅର୍ପଣ ପରେ ସମସ୍ତେ ଏକାଠି ବସି ନୂଆ ଖାଇଥିଲେ। ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ସୁନ୍ଦରଗଡ଼ ସହର ସୁନାରୀ ପଡାଳ ମେହେର ପରିବାର ଏକାଠି ବସି ନୂଆଁଖାଇଛନ୍ତି। ଗତ ୫୦ ବର୍ଷ ଧରିଏକାଠି ବସି ନୂଆଁଖାଇ ଆସୁଥିବା ପ୍ରଦୀପ କୁମାର ମେହେର,ଦିଲ୍ଲୀପ କୁମାର ମେହେର, ମାନବ ମେହେରଙ୍କ ୧୯ ଜଣ ପରିବାର ଆଜବି ଏକାଠି ବସି ନୂଆଁଖାଇଛନ୍ତି।