ନୂଆଁଖାଇର ନିଆରା ପରମ୍ପରା: ନଈ ଓ ଡଙ୍ଗାପୂଜା…

ସାରା ପୃଥିବୀର ଜୀବନ ଜୀବିକାରେ ନଈର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏଇ ନଈକୂଳରେ ହିଁ ଯାତାୟତ ଓ ନୌବାଣିଜ୍ୟ ପାଇଁ ଗଢି ଉଠିଥିଲା ବସତି। ସେଇ କ୍ରମରେ ଓଡିଶାର ନୌବାଣିଜ୍ୟ ପରମ୍ପରା ବି ବହୁତ ପୁରୁଣା। ଆଉ ଅତୀତରେ ଓଡିଶାର ପୂର୍ବାଞ୍ଚଳ ସହ ପଶ୍ଚିମାଞ୍ଚଳର ଯୋଗାଯୋଗର ମାଧ୍ୟମ ହିଁ ଥିଲା ଏଇ ଡଙ୍ଗା । ବଡ ବଡ ପଟୁଆ (ଡଙ୍ଗାକୁ ଡଙ୍ଗା ପଟାରେ ଯୋଡି ଗଢା ବଡ ଡଙ୍ଗା)ରେ ପରିବହନ ହେଉଥିଲା ଅତ୍ୟାବଶ୍ୟକ ସାମଗ୍ରୀ। ନଈକୁ ଆଧାରକରି ଅତୀତରୁ ଏଯାଏ ଗୁଜୁରାଣ ମେଣ୍ଟାଉଛନ୍ତି ଅନେକ ପରିବାର। ପଶ୍ଚିମ ଓଡିଶାରେ ନୂଆଁଖାଇ ବେଳେ ନଈ ଓ ଡଙ୍ଗାପୂଜାର ପରମ୍ପରା ନିଆରା ।
ନିର୍ଭର କରି ଚଳୁଥିବା ପରିବାର ଭିତରେ ନଈ ଓ ଡଙ୍ଗା ସହ ଅନେକ ପରିବାରଙ୍କ ସମ୍ପର୍କ ସ୍ବତନ୍ତ୍ର। ସେଇମାନଙ୍କ ଭିତରେ କେଉଟ, ଗିଙ୍ଗରା ଓ ଝରାମାନଙ୍କ ଜାତିରେ ନୂଆଁଖାଇ ସମୟରେ ନଈ ଓ ଡଙ୍ଗାକୁ ପୂଜା କରିବାର ବିଧି ରହିଛି ।

ପୂର୍ବ ପ୍ରସ୍ତୁତି : ନୂଆଁଖାଇର ପୂର୍ବ ଦିନ ଆରମ୍ଭ ହୁଏ ଡଙ୍ଗାପୂଜାର ପ୍ରସ୍ତୁତି । ସଞ୍ଜ ଆଗରୁ ଡଙ୍ଗାକୁ ଭଲଭାବେ ଧୁଆଧୋଇ କରି ମଙ୍ଗକୁ ଚିତ୍ରେଇବା ପାଇଁ ସଜ କରାହୁଏ କଟକୀ ସନ୍ଦୂର ଓ ନଡିଆ କାଞ୍ଚତ୍ ପୋଡା କଳା ଦେଇ। ସକାଳେ ଡଙ୍ଗା ଦୁଇ ମଙ୍ଗର କାଠଖୋଦେଇ ଚିତ୍ରରେ ମଖାଇ ଦିଆହୁଏ ନାଲି ସିନ୍ଦୂର ଓ କଳା । ସେଇ ଚିତ୍ର ଡଙ୍ଗା ତିଆରି ବେଳେ ହିଁ ଖୋଦେଇ ହୋଇଥାଏ। ଚିତ୍ର କହିଲେ ତିନିରୁ ଚାରି କେତକୀ ଫୁଲ ଢାଞ୍ଚାର କାଙ୍ଗଲା । ଆଉ କେତେକ ଡଙ୍ଗାରେ ସେଇ କାଙ୍ଗଲା ପାର୍ଶ୍ୱରେ ହାତୀମୁଣ୍ଡ ା କେତେକ ଡଙ୍ଗାର ଚଉପାଶରେ ସଉକିନ ମଙ୍ଗୁଆଳ ସଜାଇଥାନ୍ତିି ବିଭିନ୍ନ ଫୁଲର ଧଡିଚିତ୍ର। ନୂଆଁଖାଇ ସକାଳେ ଦୁଇ ମଙ୍ଗରେ କଟକୀ ସିନ୍ଦୂର ଓ କଳା ମଖାଇ ଦେବା ପରେ ଡଙ୍ଗାପୂଜା ପାଇଁ ତୟାର ହୋ ରହିଥାଏ ଡଙ୍ଗା। ଏ ସମ୍ପର୍କରେ ସାମାଜିକ କର୍ମୀ ଘାସିରାମ ପଣ୍ଡା କହନ୍ତି, ନଈ ଚାଷଜମି ପରି ଓ ଡଙ୍ଗା ବଳଦ । ଚାଷୀ ଯେମିତି ଲଙ୍ଗଳରେ ଚଷେ ସେମିତି ଡଙ୍ଗାକୁ ଧରି ତ ନଈରେ ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ଚାଷ । ସେଥିପାଇଁ ନୂଆଁଖାଇରେ ନଈ ଓ ଡଙ୍ଗା ପୂଜାର ପରମ୍ପରା ସ୍ବତନ୍ତ୍ର ହୋଇ ରହିଛି ।

ନୂଆଁଖାଇର ନଈ ଓ ଡଙ୍ଗାପୂଜା :ନଈ ଓ ଡଙ୍ଗାକୁ ଆଧାରକରି ବଞ୍ଚୁଥିବା ପରିବାରରେ ଯେଉଁଠି ଯାହା ନୂଆଁଖାଇର ପରମ୍ପରା ରହିଛି ସେଇ ଅନୁଯାୟୀ ଘରର ବୟୋଜ୍ୟେଷ୍ଠ ଇଷ୍ଟ ଦେବତାଙ୍କ ପୂଜାବିଧି କରି ତାଙ୍କ ପାଖରେ ଚୂରାକଣ୍ଡା ଲଗେଇବା ପରେ ବାହାରି ଯାନ୍ତି ନଈକୂଳରେ ବନ୍ଧା ଡଙ୍ଗା ପାଖକୁ । ନଈକୂଳରେ ତୟାର ଡଙ୍ଗାରେ ସଦ୍ୟ କଟକୀ ସିନ୍ଦୂର ଓ କଳା ବୋଳାହୋଇ ଜକଜକ କରୁଥାନ୍ତି ଆଗ ମଙ୍ଗରେ ଚୌରାଶୀ ଦେବୀ । ସବୁ ଡଙ୍ଗାର ଆଗମଙ୍ଗରେ ହିଁ ଚୌରାଶୀ ଦେବୀକୁ ପରିବାରର ବୟୋଜ୍ୟେଷ୍ଠ ପୂଜା କରିଥାନ୍ତି, ପରେ ପଛ ମଙ୍ଗରେ । ପଛ ମଙ୍ଗରେ କିନ୍ତୁ ସମଲାଇ ଓ ସ୍ଥଳ ବିଶେଷରେ ଅନ୍ୟ ଦେବୀ ପୂଜା ଘେନିଥାନ୍ତି। ଘରେ ଯେପରି ଖୀରି, ପିଠା ଓ ଚୁରାକୁଣ୍ଡାର ଭୋଗ ଲଗା ହୋଇଥାଏ ସେମିତି ଡଙ୍ଗାର ଦୁଇ ମଙ୍ଗରେ କୁରହେଇ ପତ୍ରର ଠୋଲାରେ ବଳିତା ଦେଇ ଦୀପ ଜଳା ହୁଏ ଓ ପୂଜାର୍ଚ୍ଚନା କରି ଭୋଗ ଲଗାଯାଏ ।
-ଆଦିତେଶ୍ୱର ମିଶ୍ର, କଣ୍ଟାମାଳ


Enter your email to get our daily news in your inbox.

All Right Reserved By Dharitri.Com

ଥରାଇବ ଶୀତ

ଭୁବନେଶ୍ୱର,୧୪ା୧୧(ଅନୁରାଧା ମହାରଣା)- ରାଜ୍ୟରେ ବର୍ତ୍ତମାନ କୌରସି ନିର୍ଦ୍ଧିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନାହିଁ। ଗତ କିଛିଦିନ ଧରି ସାରା ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହୁଥିବାବେଳେ...

ଏହିଦିନ ପାଳନ କରାଯାଏ ଜାତୀୟ କଣ୍ଡୋମ ଦିବସ, ଜାଣିଲେ ହସି ହସି ବେଦମ ହେବେ…

କଣ୍ଡୋମ କେବଳ ଏକ ସାମାଜିକ ଶବ୍ଦ ନୁହେଁ, କିନ୍ତୁ ଏହା ଆମ ସମାଜ ଏବଂ ସ୍ବାସ୍ଥ୍ୟ ପାଇଁ ଏକ ଅତ୍ୟାବଶ୍ୟକ ଉପକରଣ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ...

ନଭେମ୍ବର ୧୮, ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର, ୧୫ା୧୧: ଆସନ୍ତା ନଭେମ୍ବର ୧୮ ତାରିଖ ଏବଂ ନଭେମ୍ବର ୨୫ ତାରିଖ ଉଭୟ ସୋମବାରରେ ଭୁବନେଶ୍ୱର, ୟୁନିଟ -୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ...

ଧାନ କିଣାକୁ ନେଇ ଦ୍ୱନ୍ଦ…

ସୋନପୁର,୧୫l୧୧(ମୃତ୍ୟୁଞ୍ଜୟ ଶତପଥୀ): ଖରିଫ ଧାନ କିଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ପଷ୍ଟ ସୂଚନା ନାହିଁ l ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଓ...

ଆଦିବାସୀ ପିଲାମାନଙ୍କ ଶିକ୍ଷା, ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ୧୫୩୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୧୫ା୧୧: ଜନତା ମଇଦାନରେ ରାଜ୍ୟସ୍ତରୀୟ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ସମାରୋହ ପାଳନରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ ଦାଣ୍ଡ: ଡଙ୍ଗା ପାଇଁ ଗଲା ଏକାବେଳେ ୫ ଜଣଙ୍କ ଜୀବନ

ଭୁବନେଶ୍ୱର, ୧୫।୧୧: କାର୍ତ୍ତିକ ପୂର୍ଣ୍ଣିମାରେ ଭସା ଯାଇଥିବା ଡଙ୍ଗା ଆଣିବାକୁ ଯାଇ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜ୍ୟର ବିଭିନ୍ନ...

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କୁଚିଣ୍ଡା,୧୫।୧୧: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ସାନଦୁମେରମୁଣ୍ଡା ଗାଁରେ ଏକ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ପଶି ବନ୍ଧୁକ...

ଓଡିଶାର ଗୌରବମୟ ଇତିହାସକୁ ସ୍ମରଣ କଲେ ବିଏଚୟୁ ଛାତ୍ରୀଛାତ୍ର

ବାରାଣସୀ,୧୫।୧୧: ଓଡ଼ିଶାର ଗୌରବମୟ ଇତିହାସ ଏବଂ ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମାକୁ ପ୍ରବାସୀ ଓଡ଼ିଆ ସଂଗଠନ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଉତ୍ସାହପୂର୍ଣ୍ଣ ପରିବେଶରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri