Advertisement

ଧୁମ୍‌ଧାମରେ ପାଳିତ ହେଲା ନୂଆଁଖାଇ ପର୍ବ

କର୍ଲାମୁଣ୍ଡା,୧।୯(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଗୁରୁବାର ଧୁମ୍‌ଧାମରେ ପାଳିତ ହୋଇଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର କୁସୁରଲା, ବିଜାପାଟି,ସାଲେପାଲି,ବାଞ୍ଜିପଦର ଭଳି ଅନେକ ଗାଁରେ ଲୋକେ ଏକାଠି ହୋଇ ସମସ୍ତେ ନର୍ବାନ୍ନ ଖାଇଥିଲେ। ଅଧିକାଂଶ ଗ୍ରାମରେ ନୂଆଁଖାଇ ଭେଟଘାଟ୍‌ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସେହିପରି ରେଗଡା ଗ୍ରାମରେ ସ୍ଥାନୀୟ ଯୁବକମାନେ ଏକତ୍ରିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel