ଆଜି ନୂଆଁଖାଇ: ମା’ଙ୍କ ପାଖରେ ଲାଗିହେଲା ନବାନ୍ନ

ସମ୍ବଲପୁର ଅଫିସ,୧୧।୯: ପଶ୍ଚିମ ଓଡ଼ଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଉତ୍ସାହ ଉଦ୍ଦୀପନାରେ ପାଳନ ହୋଇଛି। ଲଗ୍ନ ଅନୁସାରେ ଆଜି ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେଘରେ ଏହି ଉତ୍ସବ ପାଳନ କରାଯାଇଛି। କରୋନା କଟକଣା ଲାଗି ନୃତ୍ୟ ଗୀତର ଆସର ଓ ଭେଟଘାଟ ଅନୁମତି ନଥିବାରୁ ସାମାନ୍ୟ ଫିକା ପଡ଼ିଛି ନୂଆଁଖାଇ। ଏହି ଦିନ ଚାଷୀ ତାର ପ୍ରଥମ ଅନ୍ନକୁ ନିଜର ଇଷ୍ଟଦେବୀଙ୍କ ଠାରେ ଲାଗି କରାଇ ବର୍ଷଯାକ ଭଲ ଫସଲ ପାଇଁ ମା’ଙ୍କଠାରୁ ଆଶିଷ ଭିକ୍ଷା କରେ ।
ପରମ୍ପରା ଅନୁଯାୟୀ, ସମ୍ବଲପୁର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିର ଶନିବାର ଭୋର ୪ଟାରୁ ଖୋଲା ଯାଇଥିଲା। ମା’ଙ୍କୁ ସ୍ନାନ ପରେ ନୂଆବସ୍ତ୍ର ପରିଧାନ କରାଯାଇ ଗୁପ୍ତପୂଜା କରାଯାଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସକାଳ ୧୦ଟା ୧୫ରୁ ୧୦ଟା ୨୫ମଧ୍ୟରେ ନବାନ୍ନ ଲାଗି କରାଯାଇଛି । ତେବେ ଚଳିତ ବର୍ଷ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଜିଲା ପ୍ରଶାସନର ଅନୁମତି କ୍ରମେ ଶ୍ରଦ୍ଧାଳୁ ୧୨ଟା ୩୦ରୁ ୫.୩୦ ଯାଏ ମା’ଙ୍କ ଦର୍ଶନ କରି ପାରିବେ। ତେବେ ମା’ଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଘରର ମୁରବୀ ଓ ଅନ୍ୟମାନେ ମିଶିି ପ୍ରସାଦ ପାଇଛନ୍ତି।

Share