ନୂଆପଡ଼ା MVI ଗିରଫ: ୧ ଲକ୍ଷ ୩୨ ହଜାର ଟଙ୍କା ସହ ମାଡ଼ିବସିଥିଲା ଭିଜିଲାନ୍ସ

ଭୁବନେଶ୍ୱର,୮।୯: ନୂଆପଡ଼ା MVI ବିଜୟ କୁମାର ବେହୁରିଆ ଗିରଫ ହୋଇଛନ୍ତି । ନୂଆପଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିଲା । ଖୋର୍ଦ୍ଧା ମେଡିକାଲ ସାମ୍ନାରେ ଗାଡ଼ି ଅଟକାଇ ଯାଂଚ ହୋଇଥିଲା  । ଏହି ସମୟରେ ମିଳିଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ନୂଆପଡ଼ା MVI ବିଜୟ କୁମାର ବେହୁରିଆଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏହାସହ ନୂଆପଡ଼ା ସ୍ଥିତ ତାଙ୍କ ଘର, ଜଗତସିଂହପୁର ସ୍ଥିତ ପୈତୃକ ଘର, ଭୁବନେଶ୍ବର ଶୈଳଶ୍ରୀ ବିହାର ସ୍ଥିତ ଘର, ନୂଆପଡ଼ା MVI ଅଫିସ ଚାମ୍ବରରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ ।
ସୂଚନା ଅନୁସାରେ ଗତକାଲି ନୂଆପଡ଼ା ଏମ୍‌ଭିଆଇ ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧାରେ ଧରାପଡ଼ିଲେ। ଧରାପଡ଼ିଥିବା ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ। ଧରାପଡ଼ିବା ପରେ ଏମଭିଆଇଙ୍କ ୫ଟି ସ୍ଥାନରେ ରେଡ ହୋଇଥିଲା

 

 

Share