Categories: ନୂଆପଡ଼ା

ନୂଆପଡ଼ା ଏଡିଏମ୍‌ କରୋନା ଆକ୍ରାନ୍ତ

ନୂଆପଡ଼ା ଅଫିସ,୧୯ା୮-ନୂଆପଡ଼ା ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଜଣକ ପରେ ଜଣେ ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ସଂକ୍ରମଣର ଶିକାର ହେଉଛନ୍ତି। ଅତିରିକ୍ତ ଜିଲାପାଳ (ରାଜସ୍ବ) ରୁଦ୍ରମାଧବ ମହାରଣା କରୋନା ସଂକ୍ରମିତ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କାଳିଚରଣ ବେହେରା ସୂଚନା ଦେଇଛନ୍ତି। ଗତ ୧୧ତାରିଖ ସେ ଭୁବନେଶ୍ୱରରୁ ଫେରିବା ପରେ ତାଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଥିଲା। ମଙ୍ଗଳବାର ତାଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଶାସନ ଚିନ୍ତାରେ ପଡ଼ିଛି। କଲେକ୍ଟୋରେଟ ସହ ସେ ରହୁଥିବା ସର୍କିଟ ହାଉସକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ା ସର୍କିଟ ହାଉସରେ ସେ ସଙ୍ଗରୋଧରେ ରହିଛନ୍ତି। ଅନ୍ୟପକ୍ଷେ କଲେକ୍ଟୋରେଟର ପ୍ରାୟ ଶତାଧିକ କର୍ମଚାରୀଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଛି। ହେଲେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି।