ଭିଜିଲାନ୍ସ ଜାଲରେ ନୂଆପଡ଼ା ସିଡିଭିଓ: ଗାଡ଼ିରୁ ମିଳିଲା…

ନୂଆପଡ଼ା,୮ା୮(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ ସରକାରୀ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ମିଳିବା ପରେ ଘରେ ରେଡ୍‌ ଚଳାଇଛି ଭିଜିଲାନ୍ସ ଟିମ୍‌। କାରଣ ଜବତ ଟଙ୍କାର ହିସାବ ଦେଇପାରି ନ ଥିଲେ ସିଡିଭିଓ। ଏତେଗୁଡ଼ିଏ ଟଙ୍କା ଧରି କଟକ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଧରିଥିଲା।

ତ୍ରିଲୋଚନ ଧଳଙ୍କ ନୂଆପଡ଼ାସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ କଟକ ନରାଜସ୍ଥିତ ପୈତୃକ ଘରେ ଏକକାଳୀନ ଚଢ଼ାଉ ଚାଲିଛି। କୋରାପୁଟ ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ଏହି ଚଢ଼ାଉରେ ସାମିଲ ଅଛନ୍ତି କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସ ଟିମ୍‌ ।

ବର୍ତ୍ତମାନ ସୁଦ୍ଧା ଚଢ଼ାଉରେ କେତେ ସମ୍ପତ୍ତି ମିଳିଛି ସେନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ଚଢ଼ାଉ ସରିବା ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି।

Share