ଜୀବାଶ୍ମ ଇନ୍ଧନ ଉପରେ ୟୁରୋପର ନିର୍ଭରଶୀଳତା ଅତ୍ୟନ୍ତ ବିପଜ୍ଜନକ ଓ ଏଭଳି ମନୋଭାବକୁ ରୁଷିଆର ୟୁକ୍ରେନ୍ ଆକ୍ରମଣ ଲୋକଲୋଚନକୁ ଆଣିଛି। ଠିକ୍ ସେହିଭଳି ଜୀବାଶ୍ମ ଇନ୍ଧନ ନିର୍ଭରଶୀଳତା ଯୋଗୁ ଲଗାତର ବୃଦ୍ଧିପାଉଥିବା ଏବଂ ଗମ୍ଭୀର ଜଳବାୟୁଜନିତ ପାଣିପାଗ ଘଟଣାଗୁଡ଼ିକ ବିଶ୍ୱରେ ମୃତ୍ୟୁ ଓ ବ୍ୟାପକ କ୍ଷତିକୁ ସାମ୍ନାକୁ ଆଣିଛି। ଏହା ସ୍ପଷ୍ଟ ଯେ, ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା, ଅସୁରକ୍ଷିତ ଶକ୍ତି ଯୋଗାଣରୁ ଦୂରେଇଯିବା ସହ ଅଧିତ୍କ ଚାହିଦା ଥିବା ଏକ ନୂଆ, ଭରସାଯୋଗ୍ୟ, ସୁରକ୍ଷିତ ଏବଂ ଶସ୍ତା ଶକ୍ତି ଉତ୍ସ ପାଇଁ ରାଜନୈତିକ ଓ ସାର୍ବଜନୀନ କ୍ଷେତ୍ରରେ ଦାବି ଉଠୁଛି, ଚାପ ମଧ୍ୟ ବଢ଼ୁଛି। କିନ୍ତୁ ଏ କ୍ଷେତ୍ରରେ ଶୀଘ୍ର ଆଗକୁ ବଢିବା ପରିବର୍ତ୍ତେ କେଉଁ ବିକଳ୍ପ ସବୁଠୁ ବାସ୍ତବବାଦୀ ହେବ ଏବଂ କିଭଳି ସେଗୁଡ଼ିକ ଲାଗୁ ହେବ ଓ ବିଶ୍ୱରେ କାର୍ଯ୍ୟ କରିବ ସେ ସମ୍ପର୍କରେ ଆମକୁ ସତର୍କତାର ସହ ବିଚାର କରିବାକୁ ପଡ଼ିବ। ଆଣବିକ ଶକ୍ତି କଥା ବିଚାରକୁ ନିଆଯାଉ। ଅନେକ ଦେଶ ଏବଂ କମ୍ପାନୀ ଏବେ ଏହାକୁ ଏକ ଦ୍ୱିତୀୟ (ଏପରିକି ତୃତୀୟ) ବିକଳ୍ପ ଭାବେ ଗୁରୁୁତ୍ୱ ଦେଉଛନ୍ତି। ୨୦୨୨ ଓ୍ବଲର୍ଡ ନ୍ୟୁକ୍ଲିୟର ଇଣ୍ଡଷ୍ଟ୍ରି ଷ୍ଟାଟସ ରିପୋର୍ଟ (ଡବ୍ଲ୍ୟୁଏନ୍ଆଇଏସ୍ଆର୍) ବା ବିଶ୍ୱ ଆଣବିକ ଶିଳ୍ପ ସ୍ଥିତି ରିପୋର୍ଟ ଆଣବିକ ଶକ୍ତି କ୍ଷେତ୍ରର ପ୍ରଗତି ସମ୍ପର୍କରେ ମହତ୍ତ୍ୱପୂର୍ଣ୍ଣ ତଥା ସ୍ପଷ୍ଟ ଧାରଣା ଦେଇଛି। ବ୍ୟାପକ ଶକ୍ତି କ୍ଷେତ୍ର ପାଇଁ ଗତ ୧୨ ମାସକୁ ଏକ ଟର୍ନିଂ ପଏଣ୍ଟ ଭାବେ କୁହାଯାଉଛି। ହେଲେ ଆଣବିକ ଶକ୍ତି କ୍ଷେତ୍ରରେ ଏହା ହୋଇପାରିନାହିଁ। ୨୦୨୧ରେ ବିଶ୍ୱରେ ମୋଟ ବ୍ୟବସାୟିକ ବିଦ୍ୟୁତ୍ ଉପତ୍ାଦନର ଆଣବିକ ଶକ୍ତି ଅଂଶ ୯.୮%କୁ ଖସିଥିଲା। ୪ ଦଶନ୍ଧି ମଧ୍ୟରେ ଏହା ପ୍ରଥମ ଥର ପାଇଁ ୧୦%ରୁ ତଳକୁ ଖସିଛି ଓ ୧୯୯୬ରେ ବୃଦ୍ଧି ପାଇଥିବା ୧୭.୫%ର ଅଧାରୁ ଏହା ସାମାନ୍ୟ ଅଧିକ। ଏହି ସମୟରେ ପ୍ରଥମ ଥର ପାଇଁ ୨୦୨୧ରେ ପବନ ଓ ସୌର ଶକ୍ତି ଆଣବିକ ଶକ୍ତିକୁ ଟପିଯାଇଛି। ଏହି ଦୁଇ ଶକ୍ତିର ମୋଟ ଶକ୍ତି ଉପତ୍ାଦନ ୧୦.୨%ରେ ପହଞ୍ଚତ୍ଥିଲା।
ଏଭଳି ଭିନ୍ନ ଧାରା ସବୁଆଡ଼େ ହୋଇଥିବା ନିବେଶ, ବଣ୍ଟନ ଏବଂ ଉପତ୍ାଦନର ପ୍ରତ୍ୟେକ ସୂଚକାଙ୍କରେ ସ୍ପଷ୍ଟ ଭାବେ ଦେଖିବାକୁ ପାଇବା। ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା(ଆଇଏଇଏ) ଅନୁଯାୟୀ ୨୦୧୮ରେ କାର୍ଯ୍ୟଶୀଳ ରିଆକ୍ଟରଗୁଡ଼ିକ ଉଭୟ ସଂଖ୍ୟା(୪୪୯) ଏବଂ ମୋଟ କ୍ଷମତା(୩୯୬.୫ଗିଗାଓ୍ବାଟ) ଦୃଷ୍ଟିରୁ ଶୀର୍ଷରେ ରହିଥିଲା। ଆଇଏଇଏ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୧ ଶେଷସୁଦ୍ଧା ବିଶ୍ୱରେ ୪୩୭ ରିଆକ୍ଟର କାର୍ଯ୍ୟକ୍ଷମ ଥିଲା। ଏହାସହ ୨୩ଟି ରିଆକ୍ଟର ଅତି କମ୍ରେ ୯ ବର୍ଷ ହେଲା କାମ କରି ନ ଥିବା ଓ ସେଗୁଡ଼ିକ ଆଉ ପୂର୍ବ ଭଳି ସମାନ ଭାବେ କାର୍ଯ୍ୟ କରିବା ଆଦୌ ସମ୍ଭାବନା ନାହିଁ ବୋଲିି ଦର୍ଶାଇଛି। ୨୦୧୮ରେ ସ୍ଥାପିତ ଆଣବିକ କ୍ଷମତା ୪୦୦ ଗିଗାଓ୍ବାଟ୍ ରହିଥିଲାବେଳେ ସୌର ଓ ପବନ ଶକ୍ତି କ୍ଷମତା ରହିଥିଲା ୧,୦୦୦ ଗିଗାଓ୍ବାଟ୍ ଏବଂ ପରେ ଏହା ୨୦୨୧ ଶେଷସୁଦ୍ଧା ୧,୬୬୦ ଗିଗାଓ୍ବାଟ୍ରେ ପହଞ୍ଚିଛି। ମାତ୍ର ତିନି ବର୍ଷରେ ଆଣବିକ ଶକ୍ତିଠାରୁ ସୌର ଓ ପବନ ଶକ୍ତି ତା ’ଶେଷ କ୍ଷମତା ସ୍ତର ତୁଳନାରେ ଦୁଇ ତୃତୀୟାଂଶରୁ ଅଧିକ ବୃଦ୍ଧି ହୋଇଛି। ସ୍ଥାପିତ କ୍ଷମତାକୁ ଦେଖିଲେ ୟୁନିଟ୍ ପିଛା ସୌର ଓ ପବନ ଶକ୍ତି ତୁଳନାରେ ଆଣବିକ ଶକ୍ତି ଉପତ୍ାଦନ ଅଧିକ ହୋଇଥାଏ। କିିନ୍ତୁ ଉପାଦନ ପରିମାଣରେ ଏଭଳି ଭିନ୍ନତା ବାସ୍ତବରେ ଆାଶ୍ଚର୍ଯ୍ୟଜନକ।
୨୦୨୧ରେ ଜଳବିଦ୍ୟୁତ୍କୁ ଛାଡ଼ି ଅନ୍ୟସବୁ ଅକ୍ଷୟଶକ୍ତିରେ ନିବେଶ ରେକର୍ଡ ପରିମାଣ ୩୬୬ ବିଲିୟନ ଆମେରିକାୟ ଡଲାରରେ ପହଞ୍ଚିଥିଲା ଓ ବିଦ୍ୟୁତ୍ ଗ୍ରୀଡ୍ରେ ଅଭୁତପୂର୍ବ ଭାବେ ମୋଟରେ ୨୫୭ ଗିଗାଓ୍ବାଟ୍ ବୃଦ୍ଧି ଘଟିଥିଲା। ଅନ୍ୟପକ୍ଷରେ ସେହି ସମୟରେ ଆଣବିକ ଉପତ୍ାଦନ କ୍ଷମତା ୦.୪% ହ୍ରାସ ଘଟିଥିଲା। ସେହି ବର୍ଷ କେବଳ ୬ଟି ଆଣବିକ ରିଆକ୍ଟର ଗ୍ରୀଡ୍ ସହ ସାମିଲ ହୋଇଥିଲା ଓ ଏଥିରେ ଚାଇନାର ଅଧା ଥିଲା। ପରେ ୨୦୨୨ର ପ୍ରଥମାର୍ଦ୍ଧରେ ସାମିଲ ହୋଇଥିବା ଆଉ ୫ଟି ନୂଆ ରିଆକ୍ଟର ମଧ୍ୟରେ ଚାଇନାର ଥିଲା ଦୁଇଟି ।
କିନ୍ତୁ ୨୦୨୨ ମଧ୍ୟଭାଗ ସୁଦ୍ଧା ଚାଇନାର ୨୧ଟି ରିଆକ୍ଟର ତା’ଦେଶରେ ନିର୍ମାଣାଧୀନ ରହିଛି, ବିଦେଶରେ ନୁହେଁ। ରୁଷିଆ ମଧ୍ୟ ସେହିଭଳି ଭୂମିକା ନେଇ ଆସିଥିଲା। କିନ୍ତୁ ଏବେ ନିର୍ମାଣାଧୀନ ୨୦ଟି ୟୁନିଟ୍ ମଧ୍ୟରୁ ୨୦୨୨ ମଧ୍ୟଭାଗ ସୁଦ୍ଧା ୧୭ଟି କୁ ୭ଟି ଦେଶରେ ନିର୍ମାଣ କରି ଅନ୍ତର୍ଜାତୀୟ ମାର୍କେଟରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥିଲାବେଳେ କଟକଣା ଏବଂ ଦେଖାଯାଇଥିବା ଶକ୍ତିଶାଳୀ ଭୂରାଜନୈତିକ ସ୍ଥିତି ଯୋଗୁ ଏଥିମଧ୍ୟରୁ ଅନେକ ପ୍ରୋଜେକ୍ଟରେ ଅନିଶ୍ଚିତତା ଦେଖାଦେଇଛି।
ଏବେ ୩୩ ଦେଶରେ ଆଣବିକ ଶକ୍ତି ଉପତ୍ାଦନ କେନ୍ଦ୍ର କାର୍ଯ୍ୟକରୁଛି। ବାଂଲାଦେଶ, ଇଜିପ୍ଟ ଓ ତୁର୍କୀ ପ୍ରଥମଥର ପାଇଁ ରୁଷୀୟ ଆଣବିକ ଶିଳ୍ପ ଭାଗୀଦାରିରେ ଏହା ନିର୍ମାଣ କରୁଛନ୍ତି। ପୃଥିବୀରେ ନିର୍ମାଣାଧୀନ ୫୨ଟି ପ୍ରୋଜେକ୍ଟ ମଧ୍ୟରୁ ୨୬ଟିର ନିର୍ମାଣରେ ବିଭିନ୍ନ କାରଣରୁ ବିଳମ୍ବ ଘଟିଛି। ଏଥିମଧ୍ୟରୁ ଅତି କମ୍ରେ ୧୪ଟିରେ ଅତ୍ୟଧିକ ବିଳମ୍ବ ହୋଇଥିବା ଜଣାପଡ଼ିଛି। ଗତ ବର୍ଷ ଆରମ୍ଭ ହେବାକୁ ଥିବା ଆଉ ଦୁଇଟି ନୂଆ ୟୁନିଟ୍ ନିର୍ମାଣରେ ବିଳମ୍ବ ହୋଇଥିବା ବି ସ୍ପଷ୍ଟ ହୋଇଛି। ପ୍ରଥମଥର ଲାଗି ଡବ୍ଲ୍ୟୁଏନ୍ଆଇଏସ୍ଆର୍ ଆଣବିକ ଶକ୍ତି ଓ ଯୁଦ୍ଧ ବିପଦ ସମ୍ପର୍କରେ ଆକଳନ କରିଛି। ଚଳିତବର୍ଷ ମାର୍ଚ୍ଚ ୪ରୁ ରୁଷିଆ ସେନା ଦଖଲ କରିଥିବା ୟୁକ୍ରେନ୍ର ଜାପୋରିଝଝିଆ ଆଣବିକ ଶକ୍ତି କେନ୍ଦ୍ରକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଅତ୍ୟଧିକ ଆଶଙ୍କା ପ୍ରକାଶ ପାଇଆସିଛି। ସେହି ପ୍ଲାଣ୍ଟ ଓ ତା’ଚତୁଃପାର୍ଶ୍ୱକୁ ବାରମ୍ବାର ଆକ୍ରମଣ ଯୋଗୁ ପ୍ଲାଣ୍ଟ ଉତ୍ପାଦନ କ୍ଷମତା ହରାଇଚାଲିଛି। ନିକଟରେ ଆଇଏଇଏ ସତର୍କ କରିଦେଇଛି ଯେ, ଆକ୍ରମଣ ପରିପ୍ରେକ୍ଷୀରେ ତାକୁ ସୁରକ୍ଷିତ ରଖିବା ସମ୍ଭବ ନୁହେଁ। ଏକ ଆଣବିକ ଶକ୍ତି ଉପତ୍ାଦନ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାରେ ସଙ୍କଳ୍ପବଦ୍ଧ, ସୁସ୍ଥ ଓ କୁଶଳୀ କର୍ମଚାରୀ ଆବଶ୍ୟକ। କିନ୍ତୁ ଏବେ ଜାପୋରିଝଝିଆର ୟୁକ୍ରେନୀୟ କର୍ମଚାରୀମାନେ ଅତ୍ୟଧିକ ଚାପରେ ରହିଛନ୍ତି। ଆଣବିକ ଇନ୍ଧନ ଧାରଣ କରିଥିବା ଓ ଆଣବିକ କ୍ରିୟା ସମ୍ପାଦିତ ହେଉଥିବା ଅଂଶ (ରିଆକ୍ଟର କୋର୍) ପାଇଁ ଲଗାତର ଶୀତଳୀକରଣ ବ୍ୟବସ୍ଥା ସଞ୍ଚାଳନ କରିବା ଏକ ମୁଖ୍ୟ ଆହ୍ବାନ ହୋଇଯାଇଛି। ରିଆକ୍ଟର ବନ୍ଦ ହେବା ପରେ ସଞ୍ଚିତ ବ୍ୟବହୃତ ଇନ୍ଧନର ମଧ୍ୟ ରକ୍ଷଣାବେକ୍ଷଣ ଆବଶ୍ୟକ। କ୍ଷୟିତ ଅବଶେଷାଂଶରୁ ଜାତ ଉତ୍ତାପ ଦୂର କରିବାରେ ବିଫଳ ହେଲେ ରିଆକ୍ଟର ଆଭ୍ୟନ୍ତର କ୍ଷତି ଘଟି ଆଣବିକ ବିପର୍ଯ୍ୟୟ ଦେଖାଦେବ କିମ୍ବା କିଛି ଦିନ କିମ୍ବା ସପ୍ତାହ ମଧ୍ୟରେ ବ୍ୟବହୃତ ଇନ୍ଧନରେ ନିଆଁ ଲାଗି ଅତ୍ୟଧିକ ରେଡିଓଆକ୍ଟିଭିଟି ନିଃସରଣ ହେବାର ଅଧିକ ସମ୍ଭାବନା ରହିଛି।
ଇଜିପ୍ଟରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ସମ୍ମିଳନୀ କପ୍୨୭ରେ ବିଶ୍ୱ ନେତାଗଣ ବିଶ୍ୱରେ କାର୍ବନ ନିର୍ଗମନ ହ୍ରାସ କରିବା କାର୍ଯ୍ୟପନ୍ଥା ଉପରେ ଆଲୋଚନା କରୁଛନ୍ତି। ବିଶ୍ୱ ସ୍ତରରେ ଜୀବାଶ୍ମ ଇନ୍ଧନ ଦୂର କରିବା ସହ କାର୍ବନ ନିର୍ଗମନ ହ୍ରାସ କରିବାକୁ ଶୀଘ୍ର କାର୍ଯ୍ୟକାରୀ କରାଯାଇପାରୁଥିବା ଟେକ୍ନୋଲୋଜି ଉପରେ ସେମାନେ ଗୁରୁତ୍ୱ ଦେବା ଦରକାର। ତେବେ ଡବ୍ଲ୍ୟୁଏନ୍ଆଇଏସ୍ଆର୍ ଦ୍ୱାରା ଲଗାତର ଭାବେ ପ୍ରକାଶିତ ଅନେକ ରିପୋର୍ଟରୁ ସ୍ପଷ୍ଟ କରିଛି ଯେ, ଶକ୍ତି ଉତ୍ପାଦନ ଦକ୍ଷତା ବୃଦ୍ଧି କରିବା ଓ ଅକ୍ଷୟ ଶକ୍ତି ସହ ପ୍ରତିଯୋଗିତାଭିତ୍ତିରେ ଅଧିକ ଶକ୍ତି ଉତ୍ପାଦନ କରିବାରେ ଆଣବିକ ଶକ୍ତି ଅତ୍ୟନ୍ତ ଧିମା ଏବଂ ଅତି ବ୍ୟୟବହୁଳ।
- ଆଣ୍ଟୋନି ଫ୍ରୋଗାତ
ସହ-ଲେଖକ, ବିଶ୍ୱ ଆଣବିକ ଶିଳ୍ପ ସ୍ଥିତି ରିପୋର୍ଟସ୍