ଆଣବିକ ପରୀକ୍ଷଣ କେବଳ ବୈଜ୍ଞାନିକ ପରୀକ୍ଷଣ ନୁହେଁ, ଏହା ଆମ ପୃଥିବୀର ସୁରକ୍ଷା ଏବଂ ମାନବ ଜାତିର ଭବିଷ୍ୟତ ପାଇଁ ମଧ୍ୟ ଏକ ଗମ୍ଭୀର ବିପଦ। ଯେତେବେଳେ ବି ପରମାଣୁ ବୋମା ପରୀକ୍ଷଣ ହୁଏ, ଏହା କେବଳ ପୃଥିବୀ ପୃଷ୍ଠକୁ ଦୋହଲାଇ ଦିଏ ନାହିଁ, ବରଂ ଏହାର ଫଳସ୍ବରୂପ ରେଡିଓଆକ୍ଟିଭ ତତ୍ତ୍ୱ ଲକ୍ଷଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ ଏବଂ ପ୍ରାକୃତିକ ସମ୍ପଦକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ, ଯାହା ବିଷୟରେ ସମସ୍ତେ ସଚେତନ ହେବା ଉଚିତ୍।
ପ୍ରତିବର୍ଷ ଅଗଷ୍ଟ ୨୯ରେ ‘ଅନ୍ତର୍ଜାତୀୟ ପରମାଣୁ ପରୀକ୍ଷଣ ବିରୋଧୀ ଦିବସ ୨୦୨୪’ ପାଳନ କରାଯାଏ। ଏହିଦିନ ସମଗ୍ର ବିଶ୍ୱବାସୀ ଏକଜୁଟ୍ ହୋଇ ପରମାଣୁ ପରୀକ୍ଷଣର ବିପଦ ବିଷୟରେ ଆଲୋକପାତ କରନ୍ତି।
ମିଳିତ ଜାତିସଂଘର ସାଧାରଣ ସଭାରେ ଅଗଷ୍ଟ ୨୯କୁ ଅନ୍ତର୍ଜାତୀୟ ପରମାଣୁ ପରୀକ୍ଷଣ ବିରୋଧୀ ଦିବସ ଭାବେ ଘୋଷଣା କରିବା ପାଇଁ ଏକ ସଂକଳ୍ପ ପାରିତ ହୋଇଥିଲା। କାଜାଖସ୍ତାନରେ ଅନୁଷ୍ଠିତ ସମ୍ମିଳନୀରେ ଘୋଷଣା ପରେ ଡିସେମ୍ବର ୨ରେ ୟୁଏନ୍ଜିଏର ୬୪ତମ ଅଧିବେଶନରେ ଏହି ଘୋଷଣାନାମା ଗୃହୀତ ହୋଇଥିଲା।
ଅଗଷ୍ଟ ୨୯ରେ ପରମାଣୁ ପରୀକ୍ଷଣ ବିରୋଧରେ ପ୍ରଥମ ଅନ୍ତର୍ଜାତୀୟ ଦିବସ ପାଳନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିବସ ସ୍ବତନ୍ତ୍ର ଭାବେ ବିଶ୍ୱସ୍ତରରେ ପାଳନ କରାଯାଏ।