ନ୍ୟୁକ୍ଲିୟର ଓ୍ବାର ଡ୍ରିଲ୍‌ ନିର୍ଦ୍ଦେଶ ଦେଲେ ପୁଟିନ୍‌…

ମସ୍କୋ,୨୦।୩ : ରୁଷିଆ ଏବଂ ୟୁକ୍ରେନ୍‌ ଯୁଦ୍ଧ ୨୫ରେ ପହଞ୍ଚିଛି। ବ୍ରିଟେନର କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ଯୁଦ୍ଧ ଯୋଜନା କରୁଥିବା ସଙ୍କେତ ଦେଇଛନ୍ତି। ପୁଟିନନ୍ୟୁକ୍ଲିୟର ଓ୍ବାର ଡ୍ରିଲ୍‌ ପାଇଁ ନିର୍ଦ୍ଦେଶ କରିଛନ୍ତି। ଏନେଇ ପୁଟିନ ତାଙ୍କ ସେନାକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି।

କେବଳ ଏତିକି ନୁହେଁ ସେ ସୁରକ୍ଷା ପାଇଁ ନିଜ ପରିବାରକୁ ସାଇବରିଆକୁ ପଠାଇଛନ୍ତି। ଏଥି ସହିତ ଆଣବିକ ନିରାପତ୍ତା ଡ୍ରିଲର ରିପୋର୍ଟକୁ ନେଇ କ୍ରେମଲିନ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ପୁଟିନଙ୍କ ନିଷ୍ପତ୍ତିର ପରିଣାମ କେତେ ଭୟଙ୍କର ହୋଇପାରେ ସେନେଇ ଅଧିକାରୀମାନେ ଭୟଭୀତ ମଧ୍ୟ ହୋଇଛନ୍ତି।

କିଛି ବିଶ୍ଳେଷକ କହିଛନ୍ତି ଯେ ୟୁକ୍ରେନ ୨୫ ଦିନ ଯୁଦ୍ଧ ପରେ ବି ଆତ୍ମସମର୍ପଣ କରି ନାହିଁ, ଯାହା ପୁଟିନଙ୍କୁ କ୍ରୋଧିତ କରିଛି ଏବଂ ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ସେ ଗ୍ରହଣ କରିଛନ୍ତି। ଏକ ଛୋଟ ଦେଶ ତାଙ୍କୁ ଚ୍ୟାଲେଞ୍ଜ କରୁଛି ବୋଲି ପୁଟିନ ଭାବୁଛନ୍ତି। ରିପୋର୍ଟ ଅନୁଯାୟୀ, ଆଣବିକ ଯୁଦ୍ଧ ପାଇଁ ପ୍ରସ୍ତୁତି କାର୍ଯ୍ୟରେ ସେ ଅଂଶଗ୍ରହଣ କରିବେ ବୋଲି ପୁଟିନ ନିଜେ କ୍ରେମଲିନ୍‌ର ବରିଷ୍ଠ ରାଜନେତାମାନଙ୍କୁ ସୂଚନା ଦେଇଛନ୍ତି।

ପୁଟିନଙ୍କ ପରିବାର ସଦସ୍ୟଙ୍କ ବିଷୟରେ ଅଧିକ କିଛି ଜଣା ପଡିନାହିଁ, କିନ୍ତୁ ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ରିପୋର୍ଟରେ ଦର୍ଶାଯାଇଛି ଯେ ପୁଟିନ ତାଙ୍କ ପରିବାରର ସଦସ୍ୟଙ୍କୁ ସାଇବରିଆର ତେହ ଅଲଟାଇ ପର୍ବତର ଏକ ହାଇ-ଟେକ ଅଣ୍ଡରଗ୍ରାଉଣ୍ଡକୁ ନେଇଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ଭୂତଳ ସହର।

ପୁଟିନଙ୍କର ଏହି ବିପଜ୍ଜନକ ଯୋଜନା ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ସେହିପରି ପୁଟିନ୍‌ଙ୍କ ନିର୍ଦ୍ଦେଶ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କକ ସଙ୍କଟ ବଢ଼ିବାରେ ଲାଗିଛି।

Share