Categories: ଫୁରସତ

ଏମିତି ବେଳାଭୂମି, ଯେଉଁଠି ବିନା ପୋଷାକରେ ଭ୍ରମଣକୁ ରହିଛି ଅନୁମତି

ଭାରତୀୟ ନିୟମ ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ନଗ୍ନତାକୁ ଅନୁମତି ଦିଆଯାଇନାହିଁ। ମାତ୍ର ଏମିତି କିଛି ଦେଶ ରହିଛି, ଯେଉଁଠି ନଗ୍ନତାକୁ ମଧ୍ୟ ଅନୁମତି ଦିଆଯାଇଛି।

ଫ୍ଲୋରିଡ଼ାରେ ରହିଛି ଏମିତି ଏକ ନ୍ୟୁଡ୍‌ ବିଚ୍‌ ବା ନଗ୍ନ ବେଳାଭୂମି। ଏଠାରେ ଆପଣ ନିଜ ସେଲ୍‌ଫି ନେଇପାରିବେ କିନ୍ତୁ ଅନ୍ୟମାନଙ୍କର ନୁହେଁ। ନଚେତ ଏଥିପାଇଁ ଆପଣଙ୍କୁ ସେମାନଙ୍କ ଅନୁମତି ନେବାକୁ ପଡ଼ିବ। ଆପଣ କାହାର ବ୍ୟକ୍ତିଗତ ଅଂଶକୁ ଚାହିଁ ପାରିବେ ନାହିଁ। ଯଦି ଆପଣ ଗୋଟିଏ ଟେବୁଲ୍‌ରେ ବସିବାକୁ ଚାହୁଁଥାନ୍ତି, ତେବେ ଟାଓ୍ବେଲ ସାଙ୍ଗରେ ଆଣିବାକୁ ପଡ଼ିବ। ସେଠାରେ ଖାଲି ବେଞ୍ଚରେ ବସିବାକୁ ଅନୁମତି ଦିଆଯିବ ନାହିଁ।

ସେମିତି ମିଆମିରେ ମଧ୍ୟ ଏକ ନଗ୍ନ ବେଳାଭୂମି ଅଛି। ଯେଉଁଠି ଲୋକମାନେ ପୋଷାକ ଖୋଲି ବୁଲିଥାନ୍ତି। ଏହା ଏକ ସର୍ବସାଧାରଣ ବେଳାଭୂମି ହୋଇଥିବାରୁ ଏଠାକୁ ଏକୁଟିଆ ଯାଇପାରିବେ। ପରିବାର ଲୋକଙ୍କ ସାଙ୍ଗରେ ଏପରି ସ୍ଥାନକୁ ଯାଇପାରିବେ ନାହିଁ।

Share