ଆସିକା,୧୬ା୧୧(ଡି.ଏନ.ଏ.)-ଆସିକା ଥାନା ଇଲାକାର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ସହ ତାଙ୍କୁ ଜୀବନରେ ମାରିଦେବା ଲାଗି ଧମକ ଦେବା ଅଭିଯୋଗରେ ଅଭିଯୁକ୍ତଙ୍କୁ ପୋଲିସ ସୋମବାର ଗିରଫ କରିଛି ା ସେ ହେଲେ ବ୍ରହ୍ମପୁର ଶଶିଭୂଷଣ ନଗର ବାସିନ୍ଦା ଆଶିଷ ନାୟକ (୨୬) ା ତାଙ୍କ ମୋବାଇଲ ଫୋନକୁ ମଧ୍ୟ ପୋଲିସ ଜବତ କରିଛି ା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଜଣକ ଜଣେ ଆମତ୍ୀୟଙ୍କ ଘରକୁ ଆସି ତାଙ୍କ ସହ ସମ୍ପର୍କ ରଖିଥିଲେ। ପରେ ସେ ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଯୁବକ ଜଣକ ଅଶ୍ଳୀଳ ଫଟୋକୁ ଭାଇରାଲ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗକୁ ଭିିତ୍ତି କରି ଆସିକା ଥାନାରେ ନଂ. ୬୧୧/୨୦ରେ ଏକ ମାମଲା ରୁଜୁ କରାଯାଇଛି। ସୋମବାର ଉଭୟ ପୀଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।