ଦୁଇ ସପ୍ତାହ ସମୟ ମାଗିଲେ ରଣବୀର

ମୁମ୍ବାଇ,୨୧ ।୮: ବଲିଉଡ୍‌ର ଟପ୍ ଆକ୍ଟର ରଣବୀର ସିଂ ନିକଟରେ ଏକ ମାଗାଜିନ ସହ ନ୍ୟୁଡ ଫଟୋ ଶୁଟ କରି ଆସିଥିଲେ ବିବାଦକୁ । ସୋସିଆଲ ମିଡିଆରେ ତାଙ୍କର ଏମିତି କିଛି ଫଟୋ ଭାଇରାଲ ହେବା ପରେ ନେଟିଜେନ୍ସର ଗୋଟିଏ ବର୍ଗ କ୍ୟାମେରା ସାମ୍ନାରେ ରଣବୀର କ୍ଷମା ମାଗନ୍ତୁ ବୋଲି ଟ୍ରୋଲ କରିଥିଲେ । ଆଉ କେତେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଥିବା ବେଳେ ଆଉ କେତେକ ଲୋକେ ଅଭିନେତାଙ୍କ ବିରୋଧରେ ଏଫଆଇଆର ଦେଇଦେଇଥିଲେ । ଏହାର ପରେ ପରେ ପୋଲିସ ସାମ୍ନାରେ ହାଜର ହେବାକୁ ତାଙ୍କୁ ଡକାଯାଇଥିଲା । ଆଉ ଏହି ଏଫଆଇଆର ରଣବୀରଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ନ୍ୟୁଡ ଫଟୋ ଶୁଟ ମାମଲାରେ ଯେଉଁ ନୋଟିସ ଜାରି କରାଯାଇଥିଲା ସେଥିରେ ରଣବୀର ୨୨ ଅଗଷ୍ଟ ୨୦୨୨ରେ ପୋଲିସ ସାମ୍ନାରେ ହାଜର ହେବାର ଥିଲା ।
ତେବେ ପୋଲଇସ ସାମ୍ନାରେ ହାଜର ହେବାର ଠିକ୍ ଗୋଟିଏ ଦିନ ପୂର୍ବରୁ ଏଏନଆଇ ଏକ ରିପୋର୍ଟରେ ଦାବି କରିଛି ଯେ ରଣବୀର ହାଜର ହେବା ପାଇଁ ଆଉ ୨ ସପ୍ତାହ ସମୟ ମାଗିଛନ୍ତି । ଚେମ୍ବୁର ପୋଲିସ ଷ୍ଟେଶନରେ ରଣବୀର ହାଜର ହେବାକୁ ଥିବା ବେଳେ ଏବେ ସେ ସମୟ ମାଗିବାରୁ ଚେମ୍ବୁର ପୋଲିସ ପୁଣିଥରେ ତାରିଖ ଧାର୍ଯ୍ୟ କରି ନୂଆ ସମନ ପଠାଇବ ।

Share