ପର୍ବତ ଏବଂ ପାହାଡ଼ ଚଢ଼ିବା ଲୋକଙ୍କର ଏକ ନିଶା ହୋଇଥାଏ। ମାତ୍ର ଜଣେ ଯୁବତୀ ଏମିତି ପାହାଡ଼ ଚଢ଼ିବାରେ ସଉକ ରଖିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ଏମିତି ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେଉଛି। ପରେ ଯୁବତୀ କହିଛନ୍ତି ଏହା ଏକ କଳା ଅଟେ।
ଏକ ରିପୋର୍ଟ ଅନୁଯାୟୀ, ୨୭ ବର୍ଷୀୟା ଜାସୋରକା ଆମେରିକାର ନ୍ୟୁଜର୍ସିସ୍ଥିତ ଏକ କାଜିନୋରେ କାମ କରନ୍ତି। କିଛିଦିନ ତଳେ ସେ ତାଙ୍କ ବନ୍ଧୁଙ୍କୁ କିଛି ନଗ୍ନ ଫଟୋ ଉଠାଇବାକୁ ପରାମର୍ଶ ଦେଇଥିଲେ। କାରଣ ସେ ତାଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଶେୟାର କରିବାକୁ ଭଲ ପାଆନ୍ତି। ସେ ନଗ୍ନ ହୋଇ ପାହାଡ଼ ଚଢୁଥିବା ଫଟୋ ଉଠାଇବାକୁ ତାଙ୍କ ବନ୍ଧୁଙ୍କୁ କହିଥିଲେ। ଜାସୋରକା କହିଛନ୍ତି, ସେ ଆଂଶିକ ନଗ୍ନ ହେବା ପୂର୍ବରୁ ଏକ ବଡ଼ ପଥର ଚଟାଣ ଉପରେ ଚଢ଼ିଥିଲେ। ଏହା ପୂର୍ବରୁ କେବେ ଏମିତି କରି ନ ଥିଲି ବୋଲି କହିଛନ୍ତି। ଏହା ପରେ ମୋ ପରିବାର ଏବଂ ବନ୍ଧୁମାନେ ଫଟୋକୁ ପ୍ରଶଂସା କରିଥିଲେ। କାରଣ ପ୍ରକୃତି ସହିତ ତାଙ୍କର ସହଭାଗିତା ବହୁତ ଭଲ ଥିଲା। ସେ କହିଛନ୍ତି, ମୁଁ କୌଣସି ବେଆଇନ କାର୍ଯ୍ୟ କରିନାହିଁ। ଏହି ଫଟୋଗୁଡ଼ିକୁ ସେ କେବଳ ତାଙ୍କ ସୋସିଆଲ ମିଡିଆରେ ଶେୟାର କରନ୍ତି। କାରଣ ସୋସିଆଲ ମିଡିଆରେ ତାଙ୍କୁ ଏହି ଫଟୋ ପାଇଁ ସକାରାତ୍ମକ ମନ୍ତବ୍ୟ ମିଳିଥାଏ। ଜାସୋରକା କହିଛନ୍ତି, ଏହା ଏକ କଳା। ସେ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଏପରି କରିବାକୁ ପ୍ରୋତ୍ସାହନ ଦେଇଥାନ୍ତି।
ସେ କହିଛନ୍ତି, ମୁଁ ମୋର ବନ୍ଧୁମାନଙ୍କ ସହ ଏକ ଫଟୋ ନେଇଥିଲି। ଯେଉଁଥିରେ ଅଧିକାଂଶ ପୁରୁଷ ଥିଲେ। କାରଣ ମୋତେ ଲାଗୁଛି ମହିଳାମାନେ ଏମିତି କରିବାକୁ ପସନ୍ଦ କରନ୍ତି। ତାଙ୍କ ମତରେ ମହିଳାଙ୍କ ଶରୀର ପ୍ରତି ନକାରାତ୍ମକ ଭାବନା ରହିଥାଏ। ମାତ୍ର ମୁଁ ଏହି ଧାରଣା ଦୂର କରିବାକୁ କପଡ଼ା ଖୋଲିବାରେ ଆଗ୍ରହୀ ହୋଇଥିଲି।