Categories: ଜାତୀୟ

ନୁହ ହିଂସା: ଏ ପର୍ଯ୍ୟନ୍ତ ୧୪୧ ଜଣ ଗିରଫ, ୫୫ ଏଫଆଇଆର୍‌ ପଞ୍ଜୀକୃତ

ଚଣ୍ଡିଗଡ,୫।୮: ସୋମବାର ହରିୟାଣାର ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଏବଂ ଦଙ୍ଗା ସହ ଜଡିତ ୫୫ଟି ଏଫଆଇଆର୍‌ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ୧୪୧ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଆହୁରି ମଧ୍ୟ କହିଛି ଯେ, ହିଂସାରେ ମୃତ୍ୟୁ ସଂଖ୍ୟା ୨ ଜଣ ପୋଲିସ କର୍ମଚାରୀଙ୍କ ସମେତ ୬ ଜଣ। ସମଗ୍ର ଘଟଣାରେ ୮୮ଜଣ ଆହତ ହୋଇଛନ୍ତି। ଏହି ସମୟରେ ଗୁରୁଗ୍ରାମ ପୋଲିସ କହିଛି ଯେ, ନୁହ ସଂଘର୍ଷ ପରେ ଗୁରୁଗ୍ରାମ ଏବଂ ପଡୋଶୀ ଜିଲାରେ ହୋଇଥିବା ହିଂସା ଘଟଣାରେ ଏ ପର୍ଯ୍ୟନ୍ତ ୨୭ ଟି ଏଫଆଇଆର୍‌ ପଞ୍ଜୀକୃତ ହୋଇଥିବା ବେଳେ ୩୮ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

 

Share