Advertisement
Categories: ଜାତୀୟ

ନୁହରେ ପୁଣି ଇଣ୍ଟରନେଟ ବନ୍ଦ, ୧୪୪ ଧାରା ଜାରି

ନୁହ,୧୫।୯: ହରିୟାଣାର ନୁହରେ ହୋଇଥିବା ହିଂସା ମାମଲାରେ କଂଗ୍ରେସ ବିଧାୟକ ମାମନ ଖାଁଙ୍କ ଗିରଫ ପରେ ଜିଲାରେ ପୁଣି ୧୪୪ ଧାରା ଲାଗୁ କରାଯାଇଛି। ଏହାସହ ୧୬ ସେପ୍ଟେମ୍ବର ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି।

ଏହା ବ୍ୟତୀତ ଶୁକ୍ରବାରର ନମାଜ ଘରେ ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ମାମନ ଖାଁ ଗିରଫ ହେବା ପରେ ହରିୟାଣା ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ମାମନ ଖାଁଙ୍କୁ ଗୁରୁବାର ରାଜସ୍ଥାନରୁ ଗିରଫ କରାଯାଇଥିଲା। ଯାହା ପରେ ଜିଲାରେ ସୁରକ୍ଷା ବୃଦ୍ଧି କରାଯାଇଥିଲା।
ନୁହ ଜିଲାରେ କଂଗ୍ରେସ ବିଧାୟକ ମାମନ ଖାଁ ଗିରଫ ହେବା ପରେ ଉତ୍ତେଜନା, ହିଂସା, ସରକାରୀ ତଥା ବେସରକାରୀ ସମ୍ପତ୍ତି ନଷ୍ଟ ହେବା ଏବଂ ଏହି ଅଞ୍ଚଳରେ ସାର୍ବଜନିନ ଶାନ୍ତି ଏବଂ ଶାନ୍ତିରେ ଅଶାନ୍ତି ସୃଷ୍ଟଇ ହେବା ଆଙ୍କା କରି ଧାରା ୧୪୪ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜ୍ୱଳନ ସାମଗ୍ରୀ ଏବଂ ମିଥ୍ୟା ଗୁଜବ ପ୍ରଚାର ମାଧ୍ୟମରେ ଇଣ୍ଟରନେଟ ସେବାଗୁଡିକର ଅପବ୍ୟବହାର ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଛି। ଲୋକଙ୍କୁ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଶୁକ୍ରବାର ମୁସଲମାନ ସମ୍ପ୍ରଦାୟର ଜୁମ୍ମା ଡି ନମାଜ ଘରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମନ ଖାଁ ଗିରଫ ହେବା ପରେ ପୋଲିସ ସତର୍କତାମୂଳକ ପଦକ୍ଷେପ ଭାବରେ ସମସ୍ତ ପ୍ରତିବନ୍ଧକ ଲଗାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share