Categories: ଜାତୀୟ

ନୁହ, ଫରିଦାବାଦ, ପଲଓ୍ବଲ, ଗୁରୁଗ୍ରାମରେ ଇଣ୍ଟରନେଟ ସେବା ଚାଲୁ, ଦିନ ୧ଟାରୁ ୪ଟା ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଲେ ସରକାର

ଗୁରୁଗ୍ରାମ,୩।୮: ନୁହରେ ଶୋଭଯାତ୍ରା ସମୟରେ ହୋଇଥିବା ହିଂସା ଧିରେ ଧିରେ ଶାନ୍ତ ହେବାରେ ଲାଗିଛି। ହରିୟାଣା ସରକାର ନୁହ, ଫରିଦାବାଦ, ପଲଓ୍ବଲ ଜିଲା ଓ ଗୁରୁଗ୍ରାମର ଉପମଣ୍ଡଳ ସୋହନା, ପଟୌଦି ଓ ମାନେସରର ଆଞ୍ଚଳିକ ଅଧିକାର କ୍ଷେତ୍ରରେ ମୋବାଇଲ ଇଣ୍ଟରନେଟ ସେବାକୁ ଗୁରୁବାର ଦିନ ୧ଟାରୁ ୪ଟା ମଧ୍ୟରେ ଥିବା ପ୍ରତିବନ୍ଧକକୁ ଆଂଶିକ ଭାବେ ହଟାଇ ଦେଇଛନ୍ତି। ଏପଟେ କିନ୍ତୁ କର୍ଫ୍ୟୁ ଲାଗିଥିବା ବେଳେ ସୁରକ୍ଷାକୁ କଡା କଡି କରାଯାଇଛି।

ସୂଚନାଯୋଗ୍ୟ, ଏ ପର୍ଯ୍ୟନ୍ତ ନୁହ ହିଂସାରେ ୬ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ଦୁଇଜଣ ହୋମଗାର୍ଡ ଏବଂ ଚାରିଜଣ ସାଧାରଣ ନାଗରିକ। ସାମ୍ପ୍ରଦାୟିକ ହିଂସା ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରାଯାଇଛି। ଏଥି ସହିତ ହିଂସା ଘଟାଇଥିବା କ୍ଷତି କେବଳ ଆକ୍ରମଣକାରୀଙ୍କଠାରୁ ଫେରସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମନୋହରଲାଲ ଘୋଷଣା କରିଛନ୍ତି।

Share