Categories: ଜାତୀୟ

ଆଜିଠୁ ନୁହରେ ଖୋଲିବ ସ୍କୁଲ

ଚଣ୍ଡିଗଡ,୧୧।୮: ଜୁଲାଇ ୩୧ରେ ହରିୟାଣାର ନୁହରେ ହିଂସା ପରେ କର୍ଫ୍ୟୁ ଲାଗୁ କରାଯିବା ସହ ସ୍କୁଲ ଏବଂ କଲେଜ ବନ୍ଦ ରହିଥିଲା। କିନ୍ତୁ ଆଜିଠାରୁ ସମସ୍ତ ବିଦ୍ୟାଳୟ ଖୋଲିବାକୁ ଯାଉଛି। ଏହା ସହିତ ବସ୍‌ ସେବା ମଧ୍ୟ ସମ୍ପୂର୍ଣ୍ଣ ପୁନରୁଦ୍ଧାର ହେବ। ଏହା ସହିତ ଜିଲା ଡେପୁଟି କମିଶନର ଧିରେନ୍ଦ୍ର ଖଡଗତାଙ୍କ ତରଫରୁ ଉଲେମାଙ୍କୁ ସେମାନଙ୍କ ଘରେ ନମାଜ ପଢିବା ପାଇଁ ନିବେଦନ କରାଯାଇଛି। ସୂଚନାଯୋଗ୍ୟ, ଜିଲା ଡେପୁଟି କମିଶନର ଧିରେନ୍ଦ୍ର ଖଡଗତାଙ୍କ ତରଫରୁ ୧୪୪ ଧାରା ଅନୁଯାୟୀ ନୂତନ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି।

ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶ ଅନୁଯାୟୀ ଆଜି ୧୧ଅଗଷ୍ଟରୁ ସମସ୍ତ ବିଦ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ହରିୟାଣା ରାଜ୍ୟ ପରିବହନର ବସ ସେବା ମଧ୍ୟ ସମ୍ପୂର୍ଣ୍ଣ ପୁନରୁଦ୍ଧାର ହେବ। କିନ୍ତୁ ଏଟିଏମ କେବଳ ସକାଳ ୧୦ଟାରୁ ୩ଟା ପର୍ଯ୍ୟନ୍ତ ଖୋଲିବ। ଏଥି ସହିତ ବ୍ୟାଙ୍କରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାରହିବ। ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶର ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Share