‘ଚୋରଙ୍କୁ କ୍ଷମତା ଦେବା ଅପେକ୍ଷା ପାକିସ୍ତାନ ଉପରେ କ୍ଷେପଣାସ୍ତ୍ର ପକାଇବା ଭଲ’

ଇସଲାମାବାଦ,୧୪ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ଚୋରମାନଙ୍କୁ କ୍ଷମତା ଦେବା ଅପେକ୍ଷା ପାକିସ୍ତାନ ଉପରେ ପରମାଣୁ ବୋମା ପକାଇବା ଭଲ ହୋଇଥାନ୍ତା।

ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ଶୁକ୍ରବାର ତାଙ୍କ ବାନିଗାଲାସ୍ଥିତ ବାସଭବନରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ଏପରି ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନର ତେହେରିକ-ଇ-ଇନ୍‌ସାଫର ରାଷ୍ଟ୍ରପତି ମଧ୍ୟ କହିଛନ୍ତି ଯେ, ଦେଶର ଭବିଷ୍ୟତ ଚୋରଙ୍କ ହାତରେ ଲଗାଇବା ଆଶ୍ଚର୍ଯ୍ୟଜନକ। ଏହି ଲୋକମାନଙ୍କୁ କ୍ଷମତା ହସ୍ତାନ୍ତର କରିବା ଅପେକ୍ଷା ଦେଶରେ ପରମାଣୁ ବୋମା ପକାଇଥିଲେ ଭଲ ହୋଇଥାନ୍ତା।

ସେ ଆହୁରି ମଧ୍ୟ କହିଛନ୍ତି, ଶକ୍ତିଶାଳୀ ବ୍ୟକ୍ତି ଯେଉଁମାନେ ତାଙ୍କୁ ଅତୀତର ଶାସକଙ୍କ ଦୁର୍ନୀତିର କାହାଣୀ କହୁଥିଲେ ସେମାନେ ଅନ୍ୟମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅପେକ୍ଷା ତାଙ୍କ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି।

କ୍ଷମତାକୁ ଆସିଥିବା ଚୋରମାନେ ପ୍ରତ୍ୟେକ ଅନୁଷ୍ଠାନ ଏବଂ ନ୍ୟାୟିକ ବ୍ୟବସ୍ଥାକୁ ନଷ୍ଟ କରିଦେଇଛନ୍ତି। ବର୍ତ୍ତମାନ କେଉଁ ସରକାରୀ ଅଧିକାରୀ ଏହି ଅପରାଧୀଙ୍କ ମାମଲାର ତଦନ୍ତ କରିବେ ବୋଲି ପଚାରନ୍ତୁ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ କହିଛନ୍ତି, ଇମ୍ରାନ ତାଙ୍କ ଭାଷଣରେ ରାଜ୍ୟ ଅନୁଷ୍ଠାନକୁ ଟାର୍ଗେଟ କରି ପାକିସ୍ତାନର ଲୋକଙ୍କ ମନକୁ ବିଷାକ୍ତ କରୁଛନ୍ତି।

Share