ଲଣ୍ଡନ,୧୯।୮: ଭାରତ ବିପକ୍ଷରେ ଲର୍ଡସ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଘରୋଇ ଇଂଲଣ୍ଡ ଟିମ୍ ନିଜ ବ୍ୟାଟିଂ ସଜାଡ଼ିବା ଆରମ୍ଭ କରିଛି। ଟି-୨୦ ସ୍ପେଶାଲିଷ୍ଟ କୁହାଯାଉଥିବା ଡଓ୍ବେିଡ ମଲାନଙ୍କୁ ଦଳରେ ସାମିଲ କରାଯାଇଛି। ସେ ଲଗାତାର ଭାବେ ଖରାପ ପ୍ରଦର୍ଶନ କରିଆସୁଥିବା ଡୋମିନିକ୍ ସିବ୍ଲିଙ୍କ ସ୍ଥାନ ନେଇଛନ୍ତି। ଏହାଛଡ଼ା ଦଳ ଷ୍ଟୁଆର୍ଟ ବ୍ରଡଙ୍କ ସ୍ଥାନରେ ଦ୍ରୁତ ବୋଲର ସାକିବ ମହମୁଦଙ୍କୁ ସାମିଲ କରିଛି। ଆହତ ସମସ୍ୟା ସତ୍ତ୍ୱେ ମାର୍କ ଉଡଙ୍କୁ ଦଳରେ ପୁର୍ବବତ ଅଛନ୍ତି। ଆସନ୍ତା ଅଗଷ୍ଟ ୨୫ରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ପୂର୍ବରୁ ସେ ସୁସ୍ଥ ହୋଇଯିବେ ବୋଲି ଆଶା ରହିଛି।
କହିରଖୁଛୁ, ଆଇପିଏଲ୍ରେ ପଞ୍ଜାବ କିଙ୍ଗ୍ସ ତରଫରୁ ଖେଳୁଥିବା ମଲାନ ତିନି ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରୁଛନ୍ତି। ସେ ଶେଷ ଥର ପାଇଁ ୨୦୧୮ରେ ଭାରତ ବିପକ୍ଷରେ ଟେଷ୍ଟ ଖେଳିଥିଲେ। ଉକ୍ତ ମ୍ୟାଚ୍ରେ ଇଂଲଣ୍ଡ ଜିତିଥିଲା। ଏଯାବତ ତାଙ୍କ କ୍ୟାରିୟରରେ ସେ ମୋଟ ୧୫ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହାର ୨୬ ପାଳିରେ ସେ ୭୨୪ ରନ୍ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୧୪୦ ରନ୍ ରହିଛି।