ଶତାୟୁଙ୍କ ସଂଖ୍ୟା ଟପିଲା ୮୬ ହଜାର, ସରକାରଙ୍କ ଚିନ୍ତା ବଢ଼ିଲା…

ଟୋକିଓ,୧୫।୯: ଜାପାନରେ ଶତାୟୁଙ୍କ ସଂଖ୍ୟା ୮୬ ହଜାର ଅତିକ୍ରମ କରିଛି। ଦେଶର ସ୍ବାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ରକାରୀ ସର୍ବେକ୍ଷଣରୁ ଜଣାପଡିଛି ଯେ ଦେଶରେ ୮୬,୫୧୦ ଜଣଙ୍କର ବୟସ ୧୦୦ କିମ୍ବା ଏହାଠାରୁ ଅଧିକ। ଏକ ବର୍ଷ ମଧ୍ୟରେ ଶତାୟୁ ତାଲିକାରେ ୬,୦୬୦ ଜଣ ସାମିଲ ହୋଇଛନ୍ତି।

ଏନ୍‌ଏଚ୍‌କେ ୱାଲର୍‌ଡ ଅନୁଯାୟୀ ଜାପାନରେ ଶତାୟୁଙ୍କ ସଂଖ୍ୟା କ୍ରମାଗତ ୫୧ ବର୍ଷ ଧରି ବୃଦ୍ଧି ପାଇଛି। ଦେଶରେ ଶତାୟୁଙ୍କ ସଂଖ୍ୟା ବଢ଼ିବା ସହିତ ଯୁବବର୍ଗଙ୍କ ସଂଖ୍ୟା କମୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗଛି। ଦେଶର ମାନବ ସମ୍ଭଳରେ କମ୍‌ ସଂଖ୍ୟକ ଯୁବବର୍ଗ ରହିଛନ୍ତି।

ଦେଶର ଶତାୟୁଙ୍କ ମଧ୍ୟରେ ୮୮ ପ୍ରତିଶତ ମହିଳା ଅଛନ୍ତି। ତନାକା କାନେ ଦେଶର ବୟସ୍କ ଶତାୟୁ ମହିଳା ତାଙ୍କ ବୟସ ୧୧୮ ବର୍ଷ। ସେହିପରି ପୁରୁଷଙ୍କ ମଧ୍ୟରେ ସବୁଠାରୁ ବୟସ୍କଙ୍କ ବୟସ ୧୧୧ ବର୍ଷ ରହିଥିବା ସରକାରୀ ରିପୋର୍ଟ କୁହାଯାଇଛି।

ଶିମାନେ ପ୍ରଦେଶର ଶତାୟୁଙ୍କ ସଂଖ୍ୟା ଅଧିକ ରହିଛ। ପ୍ରଦେଶର ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧୩୪.୭୫ ଜଣ ଶତାୟୁ ରହିଛନ୍ତି। ଏହା ପରେ ତାଲିକାରେ କୋଶୀ ଏବଂ କାଗୋଶିମା ପ୍ରଦେଶର ନାମ ରହିଛି।

Share