କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ କୋଟି ଛୁଇଁଲା…

ଓ୍ବାଶିଂଟନ, ୧୨।୪ : କରୋନା ମହାମାରୀକୁ ନେଇ ପୁଣି ପାଇଁ ଚିନ୍ତା ଜନକ ଖବର ଆସିଛି। ସୋମବାର ସମଗ୍ର ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି। ପ୍ରଥମ ମାମଲାରୁ ୫୦ କୋଟି ଆକ୍ରାନ୍ତରେ ପହଞ୍ଚିବାକୁ ମୋଟ ୮୭୭ ଦିନ ଲାଗିଛି।

ଆକ୍ରାନ୍ତଙ୍କ ମଧ୍ୟରୁ ୪୪ କୋଟି ୮୮ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସଂକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ପୃଥିବୀରେ ୬୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଓ୍ବାଲର୍‌ଡ ମିଟର ଡଟ୍‌ ଇନଫୋ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

୨୦୧୯ ନଭେମ୍ବର ୧୭ ରେ, ଚାଇନାରେ କରୋନାଭାଇରସର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା। ଏହା ପରେ, ପରବର୍ତ୍ତୀ ୨୨୨ ଦିନରେ ଅର୍ଥାତ୍‌ ୨୫ ଜୁନ ୨୦୨୦ ସୁଦ୍ଧା ପୃଥିବୀରେ ସଂକ୍ରମିତ କରୋନାଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚିଥିଲା। ଗୋଟିଏରୁ ୧୦ କୋଟି ଆକ୍ରାନ୍ତ ହେବା ପାଇଁ ମାତ୍ର ୨୧୪ ଦିନ ସମୟ ଲାଗିଥିଲା।

ଏହା ପରେ ସଂକ୍ରମଣର ଗତି ବୃଦ୍ଧି ପାଇ କେବଳ ୧୯୦ ଦିନ ମଧ୍ୟରେ ପୃଥିବୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ କୋଟିରେ ପହଞ୍ଚିଥିଲା। ୨୦ରୁ ୩୦ କୋଟି ସଂକ୍ରମିତ ହେବା ପାଇଁ ୧୫୫ ଦିନ ଲାଗିଥିଲା। ଏହା ପରେ ୩୪ ଦିନ ମଧ୍ୟରେ ୧୦ କୋଟି ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ସହିତ ସଂକ୍ରମିତଙ୍କ ସଂଖ୍ୟା ପରେ ୪୦ କୋଟିରେ ପହଞ୍ଚିଥିଲା। ୪୦ କୋଟିର ଏହି ସଂଖ୍ୟା ୬୨ ଦିନ ମଧ୍ୟରେ ୫୦ କୋଟିକୁ ବୃଦ୍ଧି ପାଇଛି।

ଆମେରିକାରେ କରୋନା ସର୍ବାଧିକ ବିପଦ ସୃଷ୍ଟି କରିଛି। ପୃଥିବୀର ୧୦ଟି ଦେଶ ଅଛି ଯେଉଁଠାରେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଛି। ସେଥିମଧ୍ୟରେ ଆମେରିକା, ବ୍ରାଜିଲ, ଜର୍ମାନୀ, ଅଷ୍ଟ୍ରେଲିଆ, ରୁଷିଆ, ଇଟାଲୀ, ଫ୍ରାନ୍ସ, ଜାପାନ, ଥାଇଲ୍ୟାଣ୍ଡ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରିଆ ଆଦି ଅନ୍ତର୍ଭୁକ୍ତ। ଗତ ସାତ ଦିନମଧ୍ୟରେ ଦକ୍ଷିଣ କୋରିଆରେ ସର୍ବାଧିକ ୧୪ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ସେଠାରେ ୨୧୦୦ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଜର୍ମାନୀରେ ଏକ ଲକ୍ଷ ଲୋକ ଏବଂ ଫ୍ରାନ୍ସରେ ନଅ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି।

Share