କଟକ ସହରରେ ଥମିବାର ନାଁ ନେଉନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ପୁଣି ୧୬ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୧୩।୭: କଟକ ସହରରୁ ସୋମବାର ଆଉ ୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬ ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରେ ଥିବାବେଳେ ୨ ଜଣ ହୋମ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ଏହାସହ ୮ଟି ଲୋକାଲ କେସ ରହିଛି।
ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୩୦, ୪୭, ୨୦, ୩୫, ୨୪ ବର୍ଷୀୟ ବ୍ୟକ୍ତି ଓ ୩୩ ବର୍ଷୀୟା ଜଣେ ମହିଳା ରହିଛନ୍ତି। ହୋମ କ୍ୱାରାଣ୍ଟାଇନ୍‌ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୩୦, ୩୭। ସେମାନେ ଉଭୟ ପୁରୁଷ।
ସେହିଭଳି ଲୋକାଲ କେସ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ବର୍ଷୀୟ ବ୍ୟକ୍ତି ସିଡିଏ ସେକ୍ଟର ୧୦ରୁ ଚିହ୍ନଟ ହୋଇଥିବା ବେଳେ ରକ୍ସି ଲେନ୍‌ ବାଦାମବାଡ଼ିରୁ ୩୩ ବର୍ଷୀୟ ବ୍ୟକ୍ତି, ଓଡ଼ିଆ ବଜାରରୁ ୪୫ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେହିପରି ରାଉସାପାଟଣାରୁ ୪୮, ୩୭ ବର୍ଷୀୟା ୨ ମହିଳା ରହିଥିବା ବେଳେ ୨୦, ୧୫, ୨୫ ବର୍ଷୀୟ ୩ ଯୁବକ ଅଛନ୍ତି।

ସୂଚନାଯୋଗ୍ୟ, କଟକ ସହରରୁ ବର୍ତ୍ତମାନ ସୁଦ୍ଧା ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୪ ଜଣ ସୁସ୍ଥ ହୋଇଛନ୍ତି। ୧୨୮ ଚିକିତ୍ସାଧୀନ ଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।

Share