ରାଉରକେଲାରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ରାଉରକେଲା,୧୮।୧୨(ସଙ୍ଗୀତା ଜେନା): ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହୋଇପଡିଛି। ଝାଡ଼ାବାନ୍ତିରେ ପୂର୍ବରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଏହି ତାଲିକାରେ ଆଉ ୨ଜଣଙ୍କ ନାଁ ଯୋଡି ହୋଇଛି। ଫଳରେ ଝାଡ଼ାବାନ୍ତି ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ମୃତକ ହେଲେ ନୟାବଜାର ଅଞ୍ଚଳର ସରୋଜିନୀ ଖଣ୍ଡାୟତ ଓ କିଷାନଟୋଲାର ବିଜୟ କିଷାନ। ସରୋଜିନୀ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ରେ ଚିକିତ୍ସିତ ହେଉଥିଲେ। ସୋମବାର ସକାଳେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ଆର୍‌ଜିଏଚ୍‌ରେ ବର୍ତ୍ତମାନ ସୁଦ୍ଧା ୧୨ଶିଶୁଙ୍କ ସମେତ ୧୪୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଝାଡ଼ାବାନ୍ତି ରୋଗୀଙ୍କ ପାଇଁ ଅଧିକ ଶଯ୍ୟା ବ୍ୟବସ୍ଥା କରାଯାଇଛି। ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ସ୍ବତନ୍ତ୍ର ଟିମ୍‌ ଦଳ ଆସି ଚିକିତ୍ସା କରୁଛନ୍ତି। ସେମାନଙ୍କୁ ଡାକ୍ତର, ବିଶେଷଜ୍ଞ, ପାରାମେଡ଼ିକାଲ ଷ୍ଟାଫ୍‌ ଓ ନର୍ସିଂ ଷ୍ଟାଫ୍‌ ଚିକିତ୍ସାରେ ସହଯୋଗ କରୁଛନ୍ତି। ଗତ ୧୧ତାରିଖରୁ ଆଜିଯାଏ ମୋଟ ୩୪୨ ଜଣ ରୋଗୀ ଆର୍‌ଜିଏଚ୍‌ରେ ଭର୍ତ୍ତି ହୋଇଥିଲେ। କିଛି ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ୱରରୁ ପର୍ଯ୍ୟାପ୍ତ ଔଷଧ ଯୋଗାଣ କରାଯାଉଛି ବୋଲି ଆର୍‌ଜିଏଚ୍‌ ଭାରପ୍ରାପ୍ତ ସୁପରିଟେଣ୍ଟେଣ୍ଡେଣ୍ଟ ଡ. ସୁଧାରାଣୀ ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ୱାର୍ଡମେମ୍ବର

ଭବାନୀପାଟଣା,୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ଅର୍ତ୍ତଲ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି...

ଅଗ୍ନିବୀର ନିଯୁକ୍ତି ପାଇଁ ବଡ଼ ପ୍ରସ୍ତୁତି: ଡିସେମ୍ବର ୬ରୁ…

ରାଉରକେଲା,୫।୧୦(ବିପ୍ଳବ ରଞ୍ଜନ ଦାଶ): ଭାରତୀୟ ସେନା ପାଇଁ ହେବାକୁ ଥିବା ଅଗ୍ନିବୀର ନିଯୁକ୍ତି ମେଳା ଆୟୋଜନ ନେଇ ଏକ ଜିଲା ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ...

ମହିଳା ସଂଘ ଟଙ୍କା ଆତ୍ମସାତ ମାମଲା: ବ୍ୟାଙ୍କ ପିଅନଙ୍କୁ ଦୁଇ ବର୍ଷ ଜେଲ

ପୁରୁଷୋତ୍ତମପୁର,୫।୧୦(ସିମାଞ୍ଚଳ ମିଶ୍ର): ମହିଳା ସଂଘର ଜମାଟଙ୍କା ଆତ୍ମସାତ ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ...

ପୁଣି ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ଫାଇଭ ଟି…

ଭୁବନେଶ୍ୱର,୫।୧୦: ଫାଇଭ ଟି ରୂପାନ୍ତରିତ ସ୍କୁଲ ଯୋଜନାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଫାଇଭ...

ପାର୍ବଣରେ ଗଡ଼ିବନି ବସ୍‌

ଭୁବନେଶ୍ୱର,୫।୧୦: ପୂଜାରେ ଗଡ଼ିବନି ବସ୍‌। ଆଗାମୀ ୭ ତାରିଖ ସନ୍ଧ୍ୟା ଠାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ...

ଗଞ୍ଜାମର ୧.୫୭ ଲକ୍ଷ ପରିବାରଙ୍କୁ ପିଏମ୍‌ କିଶାନ କିସ୍ତି 

ଛତ୍ରପୁର,୫।୧୦(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ଜିଲାସ୍ତରୀୟ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାର ୧୮ ତମ କିସ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri