ରାଜ୍ୟରେ ବଢୁଛି ସଂକ୍ରମିତ ଶିଶୁଙ୍କ ସଂଖ୍ୟା

ଭୁବନେଶ୍ୱର,୧୯।୮(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ପୁଣି ଥରେ ହଜାରେ ଡେଇଁଛି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଆଉ ୧୦୪୧ ନୂତନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬୦୫ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଥିବାବେଳେ ୪୩୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ତେବେ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ୧୨୮ଜଣ ୧୮ ବର୍ଷରୁ କମ୍‌ ଶିଶୁ ଓ କିଶୋର ରହିଛନ୍ତି। ପୂର୍ବରୁ ଯୁବଗୋଷ୍ଠୀ ଏବଂ ବୟସ୍କଙ୍କୁ କରୋନା ସଂକ୍ରମିତ ହେଉଥିବା ବେଳେ ଏବେ ଶିଶୁ ତଥା ୧୮ବର୍ଷରୁ କମ୍‌ ବୟସର ପିଲାଙ୍କୁ ସଂକ୍ରମଣ ହେବା ଚିନ୍ତା ବଢାଉଛି।

Share