ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୪ କୋଟି ଟପିଲା

ନୂଆଦିଲ୍ଲୀ, ୨୦।୯: ଦେଶରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୪ କୋଟି ୩୦ ଲକ୍ଷରୁ ଅଧିକରେ ପହଞ୍ଚିଛି। ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଏଭଳି ହୋଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ହୋଇଥିବା ତ୍ରୟମାସିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରେ ଓ୍ବେରଲେସ୍‌ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୨ କୋଟି ୭ ଲକ୍ଷରୁ ଅଧିକ ରହିଛି। ଯାହାକି ମୋଟ ବ୍ୟବହାରକାରୀଙକର ୯୭ ପ୍ରତିଶତ। ଓ୍ବେର ଦ୍ୱାରା ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ୨ କୋଟି ୨୪ ଲକ୍ଷ ଥିବା ରିପୋର୍ଟରେ ପ୍ରକାଶ ପାଇଛି। ଦେଶରେ ବ୍ରଡ୍‌ ବ୍ୟାଣ୍ଡ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୯୨.୫ ପ୍ରତିଶତ ରହିଛି। ସେମାନଙ୍କ ସଂଖ୍ୟା ୬୮ କୋଟି ୭୪ ଲକ୍ଷରୁ ଅଧିକ ରହିଛି। ଅପରପକ୍ଷରେ ନ୍ୟାରୋ ବ୍ୟାଣ୍ଡ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ୫ କୋଟି ୫୭ ଲକ୍ଷ ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଡିସେମ୍ବର ୨୦୧୯ରେ ଦେଶରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୧ କୋଟି ୮୦ ଲକ୍ଷରୁ ଅଧିକ ଥିଲା। ପରବର୍ତ୍ତୀ ସମୟରେ ଏଥିରେ ୩.୪ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବଜାରରେ ରିଲାଏନ୍ସ୍‌ ଜିଓର ୫୨.୩ ପ୍ରତିଶତ ମାର୍କେଟ ଶେୟାର ଥିବାବେଳେ ଭାରତୀ ଏୟାର ଟେଲ ୨୩.୬ ମାର୍କେଟ ଶେୟାର ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି।

Share