Categories: ଜାତୀୟ

ଦେଶରେ କମୁଛି ମୁସଲମାନଙ୍କ ସଂଖ୍ୟା, ପ୍ରଜନନ ହାର ୨.୩ ପ୍ରତିଶତ…

ନୂଆଦିଲ୍ଲୀ, ୬।୬ : ଦେଶରେ ମୁସଲମାନଙ୍କର ସଂଖ୍ୟା ଗତ ୨୦ ବର୍ଷ ମଧ୍ୟରେ କମିବାରେ ଲାଗିଛି। ସେମାନଙ୍କର ପ୍ରଜନନ ହାରରେ ବନ ଧରଣର ହ୍ରାସ ଦୃଷ୍ଟି ଗୋଚର ହୋଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନଏଫଏଚଏସ)ର ସର୍ବଶେଷ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତର ସମସ୍ତ ସମ୍ପ୍ରଦାୟରେ ପ୍ରଜନନ ହାର ହ୍ରାସ ପାଇଛି।

ଜନସଂଖ୍ୟା ବୃଦ୍ଧି ହାର ବିଷୟରେ ସାଧାରଣତଃ ଏକ ବିଶ୍ୱାସ ଅଛି ଯେ ମୁସଲମାନମାନଙ୍କର ପ୍ରଜନନ ହାର ଅଧିକ। କିନ୍ତୁ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ -୫ ରୁ ଜଣାପଡିଛି ଯେ ଦେଶରେ ମୁସଲମାନ ସମ୍ପ୍ରଦାୟର ପ୍ରଜନନ ହାରରେ ଦ୍ରୁତତମ ହ୍ରାସ ଘଟିଛି।

ସର୍ବେକ୍ଷଣ ଅନୁଯାୟୀ, ୧୯୯୨-୯୩ରେ ମୁସଲମାନ ସମ୍ପ୍ରଦାୟର ପ୍ରଜନନ ହାର ୪.୪ ପ୍ରତିଶତ ଥିଲା। ପରବର୍ତ୍ତୀ ସମୟରେ ଏହା ୨୦୧୫-୧୬ ବେଳକୁ ଏହା ୨.୬ ପ୍ରତିଶତକୁ ଖସି ଆସିଥିଲା । ୨୦୨୯-୨୧ ସର୍ବେକ୍ଷଣରେ ଏହି ହାର ୨.୩ ପ୍ରତିଶତ ରହିଛି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଫଳରେ ମୁସଲମାନଙ୍କ ପ୍ରଜନନ ହାରରେ ୨.୧ ପ୍ରତିଶତ ହ୍ରାସ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି।

Share