ନୂଆ ଷ୍ଟ୍ରେନ୍‌ ସଂଖ୍ୟା ୪୦୦ ଛୁଇଁଲା

ନୂଆଦିଲ୍ଲୀ,୧୮।୩: ଭାରତରେ କରୋନାର ନୂଆ ଷ୍ଟ୍ରେନ୍‌ ସଂଖ୍ୟା ୪୦୦ ଛୁଇଁଛି। ଏସବୁ ମଧ୍ୟରେ ବ୍ରିଟେନ, ବ୍ରାଜିଲ୍‌ ଏବଂ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଷ୍ଟ୍ରେନ୍‌ ରହିଛି। ୨ ସପ୍ତାହ ମଧ୍ୟରେ ଏସବୁ ୩ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ ବଢ଼ିଛି। ପୂର୍ବରୁ ମାର୍ଚ୍ଚ ୪ରେ ଏହା ୨୪୨ ଥିଲା ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଡିସେମ୍ବର ୨୯ରେ ଭାରତ ଫେରିଥିବା ୬ ଜଣଙ୍କଠାରେ ବ୍ରିଟେନ୍‌ ଷ୍ଟ୍ରେନ୍‌ ଥିବା ଜଣାପଡ଼ିଥିଲା। ସୁରକ୍ଷା ଦୃଷ୍ଟିରୁ ସେତେବେଳେ ବ୍ରିଟେନ୍‌ ସହିତ ବିମାନ ଚଳାଚଳକୁ ସାମୟିକ ବନ୍ଦ ରଖାଯାଇଥିବା ନେଇ ଘୋଷଣା କରାଯାଇଥିଲା।

Share