ନୂଆଦିଲ୍ଲୀ,୧୧।୩: ଦେଶରେ କରୋନା ସଂକ୍ରମଣ ପୁଣି ନିୟନ୍ତ୍ରଣ ହରାଇବାକୁ ଯାଉଛି। ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୮୫୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୧୨୬ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ, ଗୁଜରାଟ, ତାମିଲନାଡୁ ଏବଂ କେରଳ ଆଦି ୬ ରାଜ୍ୟରେ ସ୍ଥିତି ବେଶ୍ ଉଦ୍ବେଗ ଜନକ ରହିଛି। ଅପରପକ୍ଷରେ ପଞ୍ଜାବ, କର୍ନାଟକ, ଗୁଜରାଟ ଏବଂ ତାମିଲନାଡୁରେ ଦିନ କୁ ଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ଏସବୁ ରାଜ୍ୟରେ କରୋନା ସଂକ୍ରମଣ ୮୬ ପ୍ରତିଶତରୁ ଅଧିକ ରହିଛି। ମହାରାଷ୍ଟ୍ର ଏବଂ ପଞ୍ଜାବରେ ସ୍ଥିତି ଅନୁଧ୍ୟାନ ପାଇଁ ସ୍ବତନ୍ତ୍ର ଟିମ୍କୁ ପଠାଯାଇଛି।