ଦିନକରେ ୪୭ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୪।୩: ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୨୬୨ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସାର୍ବଜନୀକ ଟିକାକରଣ ସହିତ ନମୁନା ପରୀକ୍ଷା ଜାରି ରହିଛି। ତେବେ ଲୋକଙ୍କ ମଧ୍ୟରେ କରୋନା ପ୍ରତି ହେୟ ମନୋଭାବ ବୃଦ୍ଧି ପାଇବା ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ମତପୋଷଣ କରିଛନ୍ତି। ଦେଶରେ ଇତିମଧ୍ୟରେ ୫ କୋଟି ୮ ଲକ୍ଷ ଲୋକଙ୍କର କରୋନା ଟିକାକରଣ ସମ୍ପନ୍ନ ହୋଇଛି। ମହାରାଷ୍ଟ୍ରରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮ ହଜାର ୬୯୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୧୩୨ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଛି।

Share