କମୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହେଲେ, ଶ୍ମଶାନ ଆଗରେ ଏବେ ବି ଧାଡ଼ିଧାଡ଼ି ମୃତଦେହ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ପୂର୍ବପରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଏହା ୩ ଲକ୍ଷରୁ କମ୍‌ ରହିଛି। ଏହି ସମୟ ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୨୯୯ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୪,୧୯୪ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଛି। ଶ୍ମଶାନରେ କାଠର ଅଭାବ ଦେଖାଦେଇଛି। ସେହିପରି କବରସ୍ତାନରେ ସ୍ଥାନର ଅଭାବ ସୃଷ୍ଟି ହୋଇଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ତେବେ ଶ୍ମଶାନ ଆଗରେ ଏବେ ବି ଧାଡ଼ିଧାଡ଼ି ମୃତଦେହ ବର୍ତ୍ତମାନ ସୁଦ୍ଧା ୧୯ କୋଟି ୩୩ ଲକ୍ଷ ୭୨ ହଜାର ୮୧୯ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୨ କୋଟି ୬୪ ଲକ୍ଷ ୮୪ ହଜାର ୧୫୫ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।

Share