ଦେଢ଼ ମାସରେ ସର୍ବନିମ୍ନ ହେଲା ନୂୂଆ ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୩,୬୧୭ ମୃତ…

ନୂଆଦିଲ୍ଲୀ,୨୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଶନିବାର ଗତ ଦେଢ଼ ମାସରେ ନୂୂଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ନରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୯୦ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୩,୬୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଧିକ ସଂଖ୍ୟକ ଆକାନ୍ତଙ୍କ ମୃତ୍ୟୁ ଘଟୁ ଥିବାରୁ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଛି। ଶ୍ମଶାନ ଆଗରେ ଏବେ ବି ଧାଡ଼ିଧାଡ଼ି ମୃତଦେହ ରହିଥିବାର ଦେଖିବାକୁ ମିଳୁଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ସ୍ଥିତିରେ ଆଶା ଜନକ ପରିବର୍ତ୍ତନ ହେଉ ନ ଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୨୦ କୋଟି ୮୯ ଲକ୍ଷ ୨ ହଜାର ୪୪୫ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୪ କୋଟି ୧୧ ଲକ୍ଷ ୧୯ ହଜାର ୯୦୯ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।

Share