ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩ ଛୁଇଁଲା…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩ ଛୁଇଁଛି। ଦେଶରେ ଓମିକ୍ରନ୍‌ ଅଣାୟତ୍ତ ହେବା ସ୍ଥିତି ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭ ରହିଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ ରେ ପହଞ୍ଚିଛି।

ସେହିପରି କେରଳରେ ୫୭, ଗୁଜୁରାଟରେ ୪୯, ରାଜସ୍ଥାନରେ ୪୬, ତେଲେଙ୍ଗାନାରେ ୫୫, ତାମିଲନାଡୁରେ ୩୪, କର୍ନାଟକରେ ୩୧, ମଧ୍ୟପ୍ରଦେଶରେ ୯, ଓଡ଼ିଶାରେ ୮, ଆନ୍ଧ୍ରପ୍ରଦେଶରେ ୬, ପଶ୍ଚିମବଙ୍ଗରେ ୬ , ହରିୟାଣାରେ ୧୦, ଜମ୍ମୁ-କଶ୍ମୀରରେ ୩, ଉତ୍ତରପ୍ରଦେଶରେ ୨, ଚଣ୍ଡିଗଡ଼ରେ ୩, ହିମାଚଳପ୍ରଦେଶରେ ୧, ଲଦାଖରେ ୧, ଗୋଆରେ ୧, ମଣିପୁରରେ ୧ ଏବଂ ଉତ୍ତରାଖଣ୍ଡରେ ଜଣଙ୍କୁ ଚିହ୍ନଟ କରାଯାଇଛି।

ଇତିମଧ୍ୟରେ ୧୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share